ବିବାହ ପରେ ପ୍ରଥମ ଜନ୍ମଦିନ ପାଳିଲେ ଅଙ୍କିତା

ମୁମ୍ବାଇ: ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଙ୍କିତା ଲୋଖଣ୍ଡେ ଓ ଭିକି ଜୈନ । ବର୍ତ୍ତମାନ ଉଭୟ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ବିବାହ ପରେ ପ୍ରଥମ ଜନ୍ମ ଦିନ ପାଳନ କରିଛନ୍ତି । ଭିକି ଅଙ୍କିତାଙ୍କ ଜନ୍ମ ଦିନକୁ ଏକ ସ୍ୱତନ୍ତ୍ର କରିବା ପାଇଁ ଅଙ୍କିତାଙ୍କ ପରିବାର ଏବଂ ସାଙ୍ଗମାନଙ୍କୁ ନିମନ୍ତ୍ରଣ କରିଥିଲେ । ତାଙ୍କ ପାଇଁ ବିବାହ ଠାରୁ ଆରମ୍ଭ କରି ଏହି ଜନ୍ମ ଦିନ ଆହୁରି ଖାସ୍‌ ହୋଇଛି ।

ତେବେ ଅଙ୍କିତା ଏହାର ଫଟୋ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜନ୍ମଦିନ ପାର୍ଟିର କିଛି ଫଟୋ ଭିଡିଓ ସେୟାର କରିଛନ୍ତି । ବର୍ତ୍ତମାନ ଅଙ୍କିତାଙ୍କ ଜନ୍ମଦିନର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।