କୋରିଆନ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବେ ଅନୁଷ୍କା

ଅଭିନେତ୍ରୀ ଅନୁଷ୍କା ସେନ ଏବେ ଚର୍ଚ୍ଚାରେ ଅଛନ୍ତି..

ମୁମ୍ବାଇ: ଅଭିନେତ୍ରୀ ଅନୁଷ୍କା ସେନ ଏବେ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ଅନୁଷ୍କାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏବେ ଭାରତୀୟ ସିନେମା ଛାଡ଼ି କୋରିଆନ ସିନେମା ଜଗତରେ ଏଣ୍ଟ୍ରି କରିବେ ଅନୁଷ୍କା ସେନ । ଅନୁଷ୍କା କୋରିଆନ ସିରିଜରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିକଟରେ ଏକ ଇଣ୍ଟରଭ୍ୟୁରେ ଏ ନେଇ ଖୁଲାସା କରିଛନ୍ତି ଅନୁଷ୍କା ।

ସେ କହିଛନ୍ତି, ମୁଁ ଏକ କୋରିଆନ ଏଜେନ୍ସି ସହ କାମ କରିବାକୁ ଖୁବ ଉତ୍ସାହିତ ଅଛି । ମୁଁ ଏକ କୋରିଆ ୱେବ ଶୋ’ରେ ଫିଲ୍ମ କରିବାକୁ ଯାଉଛି । ଅନୁଷ୍କା କହିଛନ୍ତି, କୋରିଆରେ ବି ମୋର ଅନେକ ଫ୍ୟାନ ଅଛନ୍ତି ।