ମୁମ୍ବାଇ : ଭାରତୀୟ କ୍ରିକେଟର୍ ବିରାଟ କୋହଲିଙ୍କ ଭଳି ବଲିଉଡ ଅଭିନେତ୍ରୀ ତଥା ପତ୍ନୀ ଅନୁଷ୍କା ଶର୍ମା ମଧ୍ୟ କ୍ରିକେଟ ପଡିଆକୁ ଓହ୍ଲାଇବେ । ବାସ୍ତବରେ ସେ ଭାରତୀୟ ମହିଳା କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ରିୟଲ ଷ୍ଟୋରୀକୁ ନେଇ ଆଧାରିତ ଫିଲ୍ମ ‘ଚକଦା ଏକ୍ସପ୍ରେସ’ ପାଇଁ ପ୍ରସ୍ତୁତ ହେଉନ୍ତି ଅନୁଷ୍କା ।
ଅନୁଷ୍କା ଏହି ଫିଲ୍ମରେ କ୍ରିକେଟର ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ । ଅନ୍ୟପକ୍ଷରେ ଭାରତୀୟ ମହିଳା କ୍ରିକେଟ ପେସ୍ ବୋଲର ଝୁଲଣଙ୍କ ପରି ପରଫେକ୍ଟ ବୋଲିଂ ସ୍କିଲ୍ସ ପାଇଁ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛ ।