ପ୍ୟାରିସରୁ ମଲାଇକାଙ୍କୁ ମିସ କରୁଛନ୍ତି ଅର୍ଜୁନ

ଯେଉଁଠାରେ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି……

ମୁମ୍ବାଇ: ମଲାଇକା ଅରୋରା ଏବଂ ଅର୍ଜୁନ କପୁର ସେମାନଙ୍କ ଲଭ ଲାଇଫ ବିଷୟରେ ସମସ୍ତଙ୍କୁ ଜଣା । ନିକଟରେ କିଛି ସମୟ ପୂର୍ବରୁ ଅର୍ଜୁନ-ମଲାଇକାଙ୍କ ସହ ପ୍ୟାରିସ ଛୁଟି ପାଇଁ ଯାଇଥିଲେ । ସେଠାରେ ଥାଇ ସେ ଅନେକ ଫଟୋ ସେୟାର କରିଥିଲେ । ଫଟୋ ଦେଖିଲେ ଲାଗୁଥିଲା ଦୁହେଁ ଖୁବ ମଜା କରୁଛନ୍ତି । ବର୍ତ୍ତମାନ ଅର୍ଜୁନ ବ୍ରିଟେନରେ ଅଛନ୍ତି । ଯେଉଁଠାରେ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି ।

ଦୂରକୁ ଯାଇଥିବାରୁ ମଲାଇକାକୁ ମଧ୍ୟ ଅଧିକ ମନେ ପକାଉଛନ୍ତି । ସେ ସୋସିଆଲ ମିଡିଆ ପେଜରେ ପ୍ୟାରିସର ଥ୍ରୋ-ବ୍ୟାକ୍‌ ଫଟୋ ଗୁଡିକ ସେୟାର କରିଛନ୍ତି । ୟୁଜର୍ସଙ୍କ ଆଖି ଫଟୋରେ ଥିବା ନୀଳ ରଙ୍ଗର ଗ୍ଲାସ ଉପରେ ଦୃଷ୍ଟିି ଆକର୍ଷଣ କରିଥିଲା । ଅର୍ଜୁନ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଗୋଟେ ଫଟୋରେ ମଲାଇକା ଅନ୍ୟପଟେ ଅର୍ଜୁନ ନଜର ଆସିଛନ୍ତି । ଏହି ଫଟୋ ଗୁଡିକ ପୋଷ୍ଟ କରି ସେ କ୍ୟାପସନ୍‌ ଦେଇଛନ୍ତି, ‘କିଏ ଭଲ ଦେଖାଯାଉଛି ଲେଖନ୍ତୁ । ଅର୍ଜୁନଙ୍କ ଏହି ପୋଷ୍ଟରେ ମଲାଇକା ଉତ୍ତର ଦେଲା, ହମ, ମୁଁ । ବର୍ତ୍ତମାନ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।