ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ତାଙ୍କର ହଲିଉଡ ଫିଲ୍ମର ପୋଷ୍ଟର ସେୟାର କରି ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି । ଏହି ହଲିଉଡ ଚଳଚ୍ଚିତ୍ର ନା ହେଉଛି ‘ଟେଲ ଇଟ ଲାଇକ ଏ ୱମେନ’ । ଏହି ଫିଲ୍ମ ୮ ଜଣ ମହିଳାକୁ ନେଇ ନିର୍ମାତା ନିର୍ଦ୍ଦେଶନା ଦେଇଛନ୍ତି ।
ପୋଷ୍ଟର ସେୟାର କରି ଜ୍ୟାକଲିନ ଲେଖିଛନ୍ତି ଯେ ସେ ଏହି ପ୍ରକଳ୍ପର ଅଂଶ ହୋଇଥିବାରୁ ଗର୍ବିତ । ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୮ଜଣ ମହିଳା ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ସଂକଳନ । ମୋତେ ଏହି ବିଶେଷ ଯାତ୍ରାର ଏକ ଅଂଶ କରିଥିବାରୁ ଅନେକ ଅନେକ ଧନ୍ୟବାଦ । ଏହା କମେଡି-ଡ୍ରାମା ଏବଂ ଆନିମେସନ୍ ଉପରେ ଆଧାରିତ ହେବ । ଏହାବାଦ ତାଙ୍କୁ ଖୁବଶୀଘ୍ର ଫିଲ୍ମ ‘ସର୍କସ୍’, ‘ରାମ ସେତୁ’ରେ ଦେଖିବାକୁ ମିଳିବ ।