ଅଡୁଆରେ ବେବୋ

ସେପଟେ ଜଣେ ପ୍ରଯୋଜକଙ୍କୁ ଶୁଟିଂ ସିଡ୍ୟୁଲରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛି…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରୀନା କପୁର ଏବେ ଦୋଛକିରେ ପଡ଼ିଛନ୍ତି । କାରଣ ତାଙ୍କୁ ଅଫର ମିଳିଥିବା ଫିଲ୍ମଦ୍ୱୟ ମଧ୍ୟରୁ କାହାକୁ ହଁ ଭରିବେ କାହାକୁ ମନା କରିବେ ସେ ନେଇ ଅଡୁଆରେ ପଡ଼ିଛନ୍ତି । କଥା କ’ଣ କି ନିକଟରେ ତାଙ୍କୁ ଦୁଇଟି ସିନେମାର ନାୟିକା ସାଜିବାକୁ ଅଫର ମିଳିଥିଲା । କାହାଣୀ ଶୁଣିବା ପରେ ସେ ରାଜି ମଧ୍ୟ ହୋଇଥିଲେ । ହେଲେ ଅଡୁଆ ଏଇଥିପାଇଁ ହୋଇଛି ଯେ, ଫିଲ୍ମଦ୍ୱୟର ଶୁଟିଂ ଏକାଥରେ ଆରମ୍ଭ ହେଉଛି । ତେଣୁ କାହାକୁ କେତେବେଳେ ସମୟ ଦେବେ ତାହା ତାଙ୍କୁ ଦୋଛକିରେ ପକାଇ ଦେଇଛି । ହେଲେ ଏଗୁଡ଼ିକର ଶୁଟିଂ ଏକାଥରେ ଆରମ୍ଭ ହେବ । ତେଣୁ ମୁଁ ଅଡୁଆରେ ପଡ଼ିଯାଇଛି ।

ସେପଟେ ଜଣେ ପ୍ରଯୋଜକଙ୍କୁ ଶୁଟିଂ ସିଡ୍ୟୁଲରେ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛି । ଯଦି ତାହା ନ ହୁଏ ତେବେ ହୁଏତ ଗୋଟିଏ ଫିଲ୍ମ ମୁଁ ହାତଛଡ଼ା କରିପାରେ । ଏ ନେଇ ଅବଶ୍ୟ କିଛି ନିଷ୍ପତ୍ତି ଏବେ ହୋଇନି । ଯଦି ଶୁଟିଂ ସିଡ୍ୟୁଲରେ ପରିବର୍ତ୍ତନ କରାଯାଏ ତେବେ ମୋର ସମସ୍ୟା ଅନେକାଂଶରେ ସମାଧାନ ହୋଇଯିବ ।