୧୦ ଅଭିନେତ୍ରୀଙ୍କ ସହ ନଜର ଆସିବେ ଭାଇଜାନ

ବଲିଉଡ ଭାଇଜାନ ସଲମାନ ଖାନ୍‌ଙ୍କ ଫିଲ୍ମକୁ ଚାତକ ପରି ଚାହିଁ ବସିଥାନ୍ତି…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନ୍‌ଙ୍କ ଫିଲ୍ମକୁ ଚାତକ ପରି ଚାହିଁ ବସିଥାନ୍ତି ପ୍ରଂଶସକ । ତାଙ୍କର ଆଗକୁ ଅନେକ ଫିଲ୍ମ ଆସୁଛି । କିନ୍ତୁ ନିକଟରେ ତାଙ୍କର ଏପରି ଏକ ଫିଲ୍ମ ବିଷୟରେ ସୂଚନା ମିଳିଛି ଯେଉଁଥିରେ ଜଣେ, ଦୁଇ ଜଣ କି ତିନି ଜଣ ନୁହଁନ୍ତି, ବରଂ ଦଶ ଜଣ ଅଭିନେତ୍ରୀ ତାଙ୍କ ସହ ନଜର ଆସିବେ । ସଲମାନଙ୍କ ଫିଲ୍ମ ‘ନୋ ଏଣ୍ଟ୍ରି’ର ସିକ୍‌ୱେଲ ହେବାକୁ ଯାଉଛି ଯାହାର ନାମ ‘ନୋ ଏଣ୍ଟ୍ରି ମେଁ ଏଣ୍ଟ୍ରି । ଫିଲ୍ମରେ ଦଶ ଜଣ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ । ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କ ନାମ ଘୋଷଣା କରାଯାଇ ନାହିଁ । ଏହି ଫିଲ୍ମର ଶୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ।