ଶେହନାଜଙ୍କୁ ବିଗ୍‌ ବଜେଟର ଅଫର

ଏଥିରେ ଜଣାପଡିଛି କି ସେ କିଛି ବଡ ପ୍ରକଳ୍ପ ପାଇଁ ଆମେରିକା ଯିବେ….

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ତଥା ବିଗ ବସ ଫେମ ଶେହନାଜ ଗିଲଙ୍କୁ ଆଉ ଏକ ବିଗ ବଜେଟ ଫିଲ୍ମର ଅଫର ମିଳିଛି । ସୂଚନାନୁସାରେ ଏବେ ଶେହନାଜ ସଞ୍ଜୟ ଦତ୍ତଙ୍କ ଫିଲ୍ମରେ କାମ କରିବାର ସୁଯୋଗ ପାଇଛନ୍ତି । ଯେଉଁଥିପାଇଁ ତାଙ୍କୁ ସୁଟିଂ ପାଇଁ ଆମେରିକା ଯିବାକୁ ପଡିବ । ଶେହନାଜ କହିଛନ୍ତି ଯେ ତାଙ୍କୁ ଆଉ ଏକ ଫିଲ୍ମ ମିଳିଛି । ଏହା ବ୍ୟତୀତ ଶେହନାଜ କହିଛନ୍ତି ଯେ ମୁଁ ତ ଚାଲିଲି ସଞ୍ଜୁ ବାବାଙ୍କ ସହ ଆମେରିକାର । ଏଥିରେ ଜଣାପଡିଛି କି ସେ କିଛି ବଡ ପ୍ରକଳ୍ପ ପାଇଁ ଆମେରିକା ଯିବେ । ସୂଚନାଯୋଗ୍ୟ ଯେ, ସଲମାନ ଖାନଙ୍କ ଫିଲ୍ମ ‘କଭି ଇଦ୍‌ କଭି ଦିୱାଲୀ’ରେ ଶାହନାଜଙ୍କୁ ଦେଖିବାକୁ ମିଳିବ ।