ରଶ୍ମିକାଙ୍କ ସହ ବିବାହ ଖବରକୁ ଖଣ୍ଡନ କଲେ ବିଜୟ

ନୂଆଦିଲ୍ଲୀ : ସାଉଥ ସୁପରଷ୍ଟାର ଅଭିନେତା ବିଜୟ ଦେବରାକୋଣ୍ଡା ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ବିବାହକୁ ନେଇ କିଛିଦିନ ହେବ ଜୋରଦାର ଚର୍ଚ୍ଚା ଲାଗି ରହିଥିଲା । ତେବେ ଏହାରି ଭିତରେ ଏହି ବିବାହ ଖବରକୁ ଏନେଇ ଅଭିନେତା ବିଜୟ ଦେବରାକୋଣ୍ଡା ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି । ସେିହପରି ଉଭୟଙ୍କର ଡେଟିଂ ନେଇ ମଧ୍ୟ ଚର୍ଚ୍ଚା ଚାଳିଛି । ସୂଚନାଯୋଗ୍ୟ ଯେ, ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା ଯେ ରଶ୍ମିକା-ବିଜୟ ଚଳିତବର୍ଷ ବିବାହ କରିବେ । ହେଲେ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛି ବିଜୟ । ବିଜୟ ଏକ ଟ୍ୱିଟ ଜରିଆରେ ଏହି ବିବାହ ଖବର ସଂପୂର୍ଣ୍ଣ ଗୁଜବ ଓ ଉଡା ଖବର ।

ପ୍ରକାଶ ଯେ, ଯେ ରଶ୍ମିକା ଓ ବିଜୟ ସେମାନଙ୍କ ସମ୍ପର୍କକୁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେବାକୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ଉଭୟ ତାଙ୍କ କାମ ଉପରେ ଫୋକସ କରୁଛନ୍ତି । ଏହି ବିବାହ ଚର୍ଚ୍ଚା ମଧ୍ୟରେ ବିଜୟଙ୍କ ଏକ ଟୁଇଟ୍‌ ସାମ୍ନାକୁ ଆସିଛି । ସେ ଟ୍ୱିଟରେ ଲେଖିଛନ୍ତି, ବୁଥର ପରି ଗୁଜବ, କଣ ଆମେ ଏହି ଖବରକୁ ଭଲ ପାଇ ଗଲୁଣି ବୋଲି କହିଛନ୍ତି ।