ବୋଲ୍ଡ ଫଟୋ ସେୟାର ଟ୍ରୋଲ ହେଲେ ସୋନଲ୍‌

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନଲ ଚୌହାନ ଏକ ବୋଲ୍ଡ ଫଟୋ ସୋସିଆଲ ମିଡିଆରେ ସେୟାର କରି ଟ୍ରୋଲର ଶିକାର ହୋଇଛନ୍ତି । ଅଭିନେତ୍ରୀ ଚୌହାନ ତାଙ୍କ ଇନଷ୍ଟାରେ ସେୟାର କରିଥିବା ଫଟୋରେ ଦେଖାଯାଇଛି ଶୀତରୁ ରକ୍ଷା ପାଇବା ପାଇଁ ସେ ପାଦରେ ସକ୍ସ, ଟି-ସାର୍ଟ ଏବଂ କ୍ୟାପ୍‌ ପିନ୍ଧିଛନ୍ତି । କିନ୍ତୁ ସେ ପ୍ୟାଣ୍ଟ ପିନ୍ଧି ନାହାଁନ୍ତି । ସୋନଲ୍‌ଙ୍କ ଏହି ଫଟୋ ସେୟାର କରିବା ସହିତ ସେ ଲୋକଙ୍କୁ ଖ୍ରୀଷ୍ଟମାସ ୱିସ୍‌ କରିଛନ୍ତି ।

କିନ୍ତୁ ସୋସିଆଲ ମିଡିଆରେ କିଛି ୟୁଜର୍ସ ଅଭିନେତ୍ରୀଙ୍କ ଏହି ଷ୍ଟାଇଲକୁ ଆନ୍ଦୌ ପସନ୍ଦ କରୁନାହାଁନ୍ତି । ଜଣେ ୟୁଜର୍‌ ଲେଖିଛନ୍ତି ସାଣ୍ଟା ଦୟାକରି ତାଙ୍କୁ ଏକ ପ୍ୟାଣ୍ଟ ଦିଅନ୍ତୁ । ଅନ୍ୟ ଜଣେ ଲେଖିଛନ୍ତି, ମେରି ଖ୍ରୀଷ୍ଟମାସ କହିବାର କେଉଁ ପ୍ରକାର ନୂଆ ଉପାୟ । ସେହିପରି ଆଉ କିଛି ୟୁଜର୍ସ ତାଙ୍କ ସୌନ୍ଦର୍ଯ୍ୟକୁ ପ୍ରଶଂସା କରୁଛନ୍ତି ।