ମୁମ୍ବାଇ: ବର୍ତ୍ତମାନ ବି ଟାଉନର ହଟ କପଲ ଦୀପିକା ପାଦୁକୋନ ଚର୍ଚ୍ଚାରେ ଅଛନ୍ତି । ତାମିଲ ସୁପରଷ୍ଟାର କମଲ ହାସନ ଏବେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତ । କୁହାଯାଉଛି କି ସେ ଇଣ୍ଡିଆନ ସିକ୍ୱେଲ ‘ଇଣ୍ଡିଆନ-୨’ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚ଼ିତ୍ରରେ ଅଭିନୟ ପାଇଁ ଦୀପିକା ପାଦୁକୋନଙ୍କ ନିକଟକୁ ଅଫର ଯାଇଛି । ହେଲେ ଏପର୍ଯ୍ୟନ୍ତ ଏହା ବିଷୟରେ କେହି ଅଫିସିଆଲି ଘୋଷଣା କରାଯାଇ ନାହିଁ ।
ଦୀପିକା ଏବେ ଅନ୍ୟ କାମରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ‘ଇଣ୍ଡିଆନ ୨’ରେ ସିଦ୍ଧାର୍ଥ, ରାକୁଲ ପ୍ରୀତ ସିଂ ଏବଂ ପ୍ରିୟା ଭବାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି । ପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ଏହି ଚଳଚ୍ଚ଼ିତ୍ରରୁ କାଜଲ ଅଗ୍ରୱାଲଙ୍କ ନାମ କଟାଯାଇଛି । ଏବେ ଦୀପିକା ପାଦୁକୋନ, କ୍ୟାଟ୍ରିନାଙ୍କ ପରି ଅଭିନେତ୍ରୀମାନେ ତାଙ୍କ ସ୍ଥାନରେ ବିବେଚିତ ହେଉଛନ୍ତି ।