ପୁଣି ଏକ ସେଲିବ୍ରେଟିଙ୍କ ବ୍ରେକ ଅପ!

ନୂଆଦିଲ୍ଲୀ : ବଲିଉଡର ଜଣାଶୁଣା ଅଭିନେତ୍ରୀ ଶ୍ରଦ୍ଧା କପୁର ତାଙ୍କ ବୟଫ୍ରେଣ୍ଡ ରୋହନ ଶ୍ରେଷ୍ଟାଙ୍କୁ ଡେଟ କରୁଥିବା ଜଣାପଡିଥିଲା । ସେହିପରି ଦୀର୍ଘ ସମୟ ଧରି ସେମାନଙ୍କ ବିବାହର ଖବର ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ବର୍ତ୍ତମାନ ଏବେ ଶ୍ରଦ୍ଧା କପୁର ଏବଂ ରୋହନ ଶ୍ରେଷ୍ଟାଙ୍କ ଭିତରେ ଫାଟ ସୃଷ୍ଟି ହୋଇଛି । ଉଭୟ ଅଲଗା ହେବା ପାଇଁ ସହମତି ଜଣାଇଛନ୍ତି । ଏକ ରିପୋର୍ଟରେ ଅନୁଯାୟୀ ଶ୍ରଦ୍ଧା ଏବଂ ରୋହନ ପରସ୍ପରକୁ ୪ ବର୍ଷ ଡେଟ କରିବା ପରେ ଏବେ ତାଙ୍କର ବ୍ରେକ ଅପ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଉଭୟଙ୍କ ବ୍ରେକଅପ୍‌ ହେବାର ଖବର ମଧ୍ୟ ରୋହନ ଶ୍ରଦ୍ଧା କପୁରଙ୍କ ଜନ୍ମଦିନରେ ଆସି ନଥିବାରୁ ଜୋରଦାର ଚର୍ଚ୍ଚା ହେଉଥିଲା । ସେହିପରି ଶ୍ରଦ୍ଧା ତାଙ୍କ ଜନ୍ମଦିନ ପାଳନ କରିଥିଲେ ଏବଂ ସେଠାରୁ ଫେରୁଥିବା ବେଳେ ତାଙ୍କୁ ବିମାନବନ୍ଦରରେ ଏକୁଟିଆ ଦେଖିବାକୁ ମିଳିଥିଲା । କିନ୍ତୁ ଉଭୟଙ୍କ ବ୍ରେକଅପ ଖବର ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଶ୍ରଦ୍ଧା ରୋହନଙ୍କ ସମ୍ପର୍କକୁ ନେଇ ଶକ୍ତି କପୁରଙ୍କ ଠାରୁ ଗ୍ରୀନ ସିଗନାଲ ମିଳିନାହିଁ । ଅଭିନେତ୍ରୀଙ୍କ ବିବାହ ଖବରକୁ ଶକ୍ତି କପୁର କହିଥିଲେ କେହି ବିବାହ କରୁନାହାଁନ୍ତି ଶ୍ରଦ୍ଧା ବର୍ତ୍ତମାନ ତାଙ୍କ କ୍ୟାରିଅରରେ ବ୍ୟସ୍ତ ଅଛନ୍ତି ।