ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ହାତରେ ଏବେ ଗୋଟିଏ ପରେ ଗୋଟିଏ ପ୍ରୋଜେକ୍ଟ ରହିଛି । କମେଡି କିଙ୍ଗ ଏକ ଫଟୋ ଶେୟାର କରିଛନ୍ତି । ଏହି ଫଟୋ ତାଙ୍କ ଆଗାମୀ ପ୍ରୋଜେକ୍ଟ ‘ମେଗା ବ୍ଲକବଷ୍ଟର’ର । ଏଥିରେ କପିଲଙ୍କ ଭିନ୍ନ ଲୁକକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି । ଆଉ ଏହି ପ୍ରୋଜେକ୍ଟରେ କପିଲଙ୍କ ପସନ୍ଦର ଦୀପିକା ପାଦୁକୋନଙ୍କ ନାମ ସାମିଲ ହୋଇଛି । ପୋଷ୍ଟର ଶେୟାର କରି କପିଲ ଲେଖିଥିଲେ ଏହା ମୋର ପ୍ରଶଂସକଙ୍କ ପାଇଁ ।
ଆଶା କରୁଛି ପସନ୍ଦ ଆସିବ । କପିଲ ଏଥିରେ ଦେଶୀ ଲୁକରେ ନଜର ଆସିଛନ୍ତି । ଏହାର ଏକ ପୋଷ୍ଟର ଦୀପିକା ବି ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହି ପ୍ରୋଜେକ୍ଟରେ କପିଲ ଓ ଦୀପିକାଙ୍କ ବ୍ୟତୀତ ରଶ୍ମିକା ମନ୍ଦାନା, ତ୍ରିଶା କ୍ରିଷ୍ଣନ, କ୍ରିକେଟର ରୋହିତ ଶର୍ମା ଓ ସାଉଥ ଆକ୍ଟର କାର୍ôଥ ସାମିଲ ହୋଇଛନ୍ତି । ଏବେ ଏହି ପ୍ରୋଜେକ୍ଟକୁ ନେଇ ଦୀପିକା ଓ କପିଲଙ୍କ ପ୍ରଶଂସକମାନେ ଉତ୍ସାହିତ ହୋଇଯାଇଛନ୍ତି ।