ମୁମ୍ବାଇ: ଫିଲ୍ମ ‘ଖୁଦା ହାଫିଜ: ଚାପ୍ଟର-୨’କୁ ନେଇ ଫ୍ୟାନମାନେ ବେଶ ଉତ୍ସାହିତ ଅଛନ୍ତି । ଏହି ଫିଲ୍ମରେ ଅଭିନେତା ବିଦ୍ୟୁତ ଜାମୱାଲଙ୍କ ଆକ୍ସନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଫିଲ୍ମଟି ରିଲିଜ ପୂର୍ବରୁ ଏକ ଗୀତକୁ ନେଇ ବିବାଦ ଉପୁଜିଛି । ନିକଟରେ ଫିଲ୍ମର ଏକ ଗୀତ ‘ହକ ହୁସେନ’ ରିଲିଜ ହୋଇଥିଲା । ଏହି ଗୀତକୁ ନେଇ ଏବେ ବିବାଦ ଜୋର ଧରିଛି । ଶିଆ ସମ୍ପ୍ରଦାୟ ଏହାକୁ ନେଇ ଆପତ୍ତି ଉଠାଇଛି । ବିବାଦ ପରେ ଫିଲ୍ମର ମେକର୍ସମାନେ ଶିଆ ସମ୍ପ୍ରଦାୟ ଓ ମୁସଲିମମାନଙ୍କୁ କ୍ଷମା ମାଗିଛନ୍ତି ।
ତାଙ୍କ ଉଦ୍ଦେଶ୍ୟ କାହାର ଧାର୍ମିକ ଭାବନାକୁ ଆଘତ ପହଞ୍ଚାଇବା ନଥିଲା । ଗୀତରେ ଥିବା ଆପତ୍ତିଜନକ ଶଦ୍ଦକୁ ପରିବର୍ତ୍ତନ କରାଯାଇଥିବା କହିଛନ୍ତି । ଶିଆ ସମ୍ପ୍ରଦାୟର ଲକୋ ଗୀତରେ ଥିବା ‘ହୁସେନ’ ଓ ମାତମ ଜଞ୍ଜିର ଶବ୍ଦକୁ ନେଇ ଆପତ୍ତି ଉଠାଇଥିଲେ । ସେନ୍ସର ବୋର୍ଡର ପରାମର୍ଶ ନେଇ ଏବେ ଗୀତରୁ ଏହି ଦୁଇ ଶବ୍ଦକୁ ହଟାଇ ଦିଆଯାଇଥିବା ଫିଲ୍ମ ନିର୍ମାତା କହିଛନ୍ତି ।