ହାଇଦ୍ରାବାଦ: କଶ୍ମୀର ପଣ୍ଡିତଙ୍କୁ ନେଇ ସେ ଦେଇଥିବା ମନ୍ତବ୍ୟ ପାଇଁ ବିବାଦରେ ଫସିଲେ ସାଉଥ ସୁନ୍ଦରୀ ସାଇ ପଲ୍ଲବୀ । ସେ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ସାରା ଦେଶରେ ଉଠିଛି ବିରୋଧର ସ୍ୱର । ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ବିରାଟ ପର୍ବମର’ ପ୍ରମୋସନରେ ଖୁବ ବ୍ୟସ୍ତ ଥିଲେ । ଏହି ସମୟରେ ସାଇ ବଲିଉଡ ଫିଲ୍ମ କଶ୍ମୀର ଫାଇଲରେ ପ୍ରଦର୍ଶିତ କଶ୍ମୀର ପଣ୍ଡିତଙ୍କ ଦୃଶ୍ୟକୁ ଗୋ ସୁରକ୍ଷା ନାଁରେ ହେଉଥିବା ମୋବ ଲିଞ୍ଚିଂ ସହିତ ତୁଳନା କରିଛନ୍ତି । ଏହି ପ୍ରକାରର ବିବାଦୀୟ ବିବୃତ୍ତି ଦେଇ ସେ ବିବାଦ ଘେରକୁ ଟାଣି ଆଣି ଆସିଛନ୍ତି । ସେ କହିଛନ୍ତି କଶ୍ମୀର ଫାଇଲ୍ସ ଫିଲ୍ମରେ ସେହି ସମୟରେ କିଭଳି କଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଯାଇଛି ତାହା ଦେଖାଯାଇଛି ।
ଯଦି ଆପଣ ଏହି ପ୍ରସଙ୍ଗକୁ ଏକ ଧାର୍ମିକ ସଙ୍ଘର୍ଷ ରୂପରେ ଦେଖିବେ ତେବେ ସମାଜରେ ହେଉଥିବା ଅନ୍ୟ ଏକ ଅନ୍ୟାୟକୁ ଅଣଦେଖା କରାଯାଉଛି । କିଛି ଦିନ ପୂର୍ବରୁ ଗୋଟିଏ ଟ୍ରକରେ ଭର୍ତ୍ତି ହୋଇଥିବା ଗାଈଙ୍କୁ ନେଇ ଯାଉଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ମାଡ ମରା ଯାଇଥିଲା । ପରେ ଜୟ ଶ୍ରୀରାମ ବୋଲି ନାରା ଦିଆଯିବ ସହ ଉକ୍ତ ବ୍ୟକ୍ତିଙ୍କୁ ମଧ୍ୟ ଜୟ ଶ୍ରୀରାମ ଜପ କରିବାକୁ ବାଧ୍ୟ କରାଯାଇଥିଲା । ହେଲେ ଏପରି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପଲ୍ଲବୀ । କାରଣ ଏଦୁଇଟି ଘଟଣା ହେଉଛି ଧାର୍ମିକ ହିଂସା । ମୋ ମତରେ ଏପରି ସ୍ଥିତିରେ କୌଣସି ପ୍ରକାରର ଭେଦଭାବ କରାଯିବା ଅନୁଚିତ ବୋଲି କହିଛନ୍ତି ସାଇ ପଲ୍ଲବୀ । ସେ ଆହୁରି କହିଛନ୍ତି, ‘ମୋତେ ସେହି ଲୋକଙ୍କୁ ରକ୍ଷା କରିବା ପାଇଁ ଶିକ୍ଷା ଦିଆଯାଇଛି । ପଲ୍ଲବୀଙ୍କର ଏପରି ମନ୍ତବ୍ୟକୁ ସୋସିଆଲ ମିଡିରେ ବିରୋଧ କରାଯାଇଛି । କିଛି ଏହାକୁ ସମର୍ଥନ କରୁଥିବାବେଳେ ଅନେକ ସାଇ ପଲ୍ଲବୀଙ୍କ ଏଭଳି ମନ୍ତବ୍ୟକୁ କଡା ବିରୋଧ କରିଛନ୍ତି । ଏହି ଦୁଇଟି ଘଟଣା କେବେବି ସମାନ ନୁହେଁ ।