କପି କରୁଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା!
ସେଥିମଧ୍ୟରୁ ଗୋଟିକରେ ପିସି ପତି ନିକ ଜୋନସ ଓ ଝିଅ ମାଳତିଙ୍କ ସହ ନଜର ଆସିଛନ୍ତି….
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ତାଙ୍କର କିଛି ଫଟୋ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି । ଏବେ ଏମିତି କିଛି ଫଟୋକୁ ଦେଖି ପ୍ରିୟଙ୍କାଙ୍କ ପ୍ରଶଂସକ କହୁଛନ୍ତି ସେ କୁଆଡେ ଅନୁଷ୍କାଙ୍କୁ କପି କରୁଛନ୍ତି । ଘଟଣା ହେଲା ନିକଟରେ ପ୍ରିୟଙ୍କା ତାଙ୍କ ଇନଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି । ସେଥିମଧ୍ୟରୁ ଗୋଟିକରେ ପିସି ପତି ନିକ ଜୋନସ ଓ ଝିଅ ମାଳତିଙ୍କ ସହ ନଜର ଆସିଛନ୍ତି । ଫଟୋଟି ସୁନ୍ଦର ହୋଇଥିବା ବେଳେ ଏଥିରେ କିନ୍ତୁ ସେ ଝିଅ ମାଳତିଙ୍କ ମୁହଁକୁ ଇମୋଜି ଦେଇ ଲୁଚାଇ ରଖିଛନ୍ତି । ଏହି ଫଟୋଟି ଦେଖିବା ପରେ ପ୍ରଶଂସକମାନେ କହିଛନ୍ତି ଅନୁଷ୍କା ଯେମିତି ତାଙ୍କ ଝିଅକୁ ପ୍ରଶଂସକଙ୍କଠାରୁ ଲୁଚାଇ ରଖିଛନ୍ତି ପ୍ରିୟଙ୍କା ଠିକ ସେମିତି ମାଳତିଙ୍କୁ ତାଙ୍କ ପ୍ରଶଂସକଙ୍କଠାରୁ ଦୂରେଇ ରଖିଛନ୍ତି । ତେଣୁ ସେ ଅନୁଷ୍କାଙ୍କୁ କପି କରୁଛନ୍ତି ।