ଅଭିନେତ୍ରୀ ଉର୍ମିଲାଙ୍କୁ କରୋନା

ମୁମ୍ବାଇ: ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପିଜିଟିଭ ଆସିଛି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ସେ ନିଜକୁ କ୍ୱାରେଣ୍ଟାଇନ କରିଛନ୍ତି । ଉର୍ମିଲା ଟ୍ୱିଟ୍‌ କରି କହିଛନ୍ତି, ‘ମୁଁ କରୋନା ଭାଇରସ୍‌ ପଜିଟିଭ୍‌ ହୋଇଛି । ମୁଁ ଏବେ ହୋମ କ୍ୱାରେଣ୍ଟିନରେ ଅଛି । ମୁଁ ନିଜର ଯତ୍ନ ନେଉଛି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଉଛି । ମୋ ସହିତ ଯୋଗାଯୋଗ କରିଥିବା ସମସ୍ତେ ତୁରନ୍ତ ନିଜର କୋଭିଡ ଟେଷ୍ଟ କରିବାକୁ ସେ କହିଛନ୍ତି ।’