ଅଶ୍ଳୀଳ ମନ୍ତବ୍ୟ ଦେଇ ସମୟ-ରଣବୀରଙ୍କୁ ସମାଲୋଚନା

ମୁମ୍ବାଇ: କମେଡିଆନ ସମୟ ରାଇନାଙ୍କ ସୋ’ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ’ ଏବେ ବହୁ ବିବାଦୀୟରେ ରହିଆସୁଛି ।

ତାଙ୍କର ଏକ ଲାଇଭ ସୋ ପାଇଁ ସେ ଏବଂ ରଣବୀର ଆଲ୍ଲାବାଦିଆ ଏବେ ସମାଲୋଚନାରେ ଘେରି ହୋଇ ଅଛନ୍ତି ।

ରଣବୀର ଇଲାହାବାଦିଆ ଜଣେ ପ୍ରତିଯୋଗୀଙ୍କ ସହ କଥାବାର୍ତ୍ତା ବେଳେ ତାଙ୍କ ପରିବାର ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେବାକୁ ନେଇ ରାଜନେତା , ୟୁଜର୍ସଙ୍କ ସମେତ ତାରକାମାନେ ମଧ୍ୟ ନିଜର ଆକ୍ରୋଶ ଜାହିର କରିଛନ୍ତି । ଏହି ଭଳି ଏକ ଅଶ୍ଳୀଳ ବୟାନ ଦେବା ପରେ ୟୁଟ୍ୟୁବର ତଥା ପଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଅନ୍ୟପଟେ ରଣବୀର ଏବଂ ସମୟ ରାଇନାଙ୍କ ବିରୋଧରେ ଅନେକ ରାଜ୍ୟରେ ଏତଲା ରୁଜୁ ହୋଇସାରିଛି । କ୍ଷମା ମାଗିବା ସତ୍ୱେ କ୍ଷମା ମିଳିନାହିଁ ରଣବୀରଙ୍କୁ । ବିବାଦ ଥମିବା ବଦଳରେ ବଢ଼ିବାରେ ଲାଗିଛି।