ମୁମ୍ବାଇ: ଶାହାରୁଖଙ୍କ ଝିଅ ସୁହାନା ଖାନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବା ଜଣାପଡିବା ପରେ ତାଙ୍କ ପ୍ରସଂଶକମାନେ ଖୁସି ପ୍ରକଟ କରିଛନ୍ତି । ସେ ଅଖତରଙ୍କ ଫିଲ୍ମରୁ ତାଙ୍କ ଆକ୍ଟିଂ କ୍ୟାରିୟର୍ ଆରମ୍ଭ କରିବାକୁ ଯାଉଛନ୍ତି। ଏହି କାହାଣୀଟି ଲୋକପ୍ରିୟ ଆର୍କି କମିକ୍ସ ଉପରେ ଆଧାରିତ ଅଟେ। ଶାହାରୁଖ ଖାନଙ୍କ ପ୍ରଶଂସକ ତାଙ୍କ ପିଲାଙ୍କୁ ବଲିଉଡରେ ଡେବ୍ୟୁ ପାଇଁ ଦୀର୍ଘ ଦିନରୁ ଅପେକ୍ଷା କରିଥିଲେ। କିଙ୍ଗ ଖାନ କହିଥିଲେ ଯେ ତାଙ୍କ ପୁଅ ଅଭିନୟ କରିବାକୁ ଜମା ବି ଆଗ୍ରହୀ ନୁହନ୍ତି। ମାତ୍ର ଝିଏ ସୁହାନା ବଲିଉଡରେ ଅଭିନେତ୍ରୀ ଭାବେ କାମ କରିବାକୁ ବେଶ ଇଚ୍ଛୁକ ଅଟନ୍ତି। ଜାଭେଦ ଅଖତରଙ୍କ ଝିଅ ଜୋୟା ଅଖତର ସୁହାନା ଖାନଙ୍କୁ ଲଞ୍ଚ କରୁଛନ୍ତି। ଏଥିସହିତ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ଝିଅ ଏବେ ସିନେମା ଜଗତରେ ପାଦ ଥାପିଛନ୍ତି ।
ସୂଚନା ଅନୁସାରେ, ଜୋୟା ଅଖତର ସ୍ରନ୍ୟାସନାଲ୍ କମିକ୍ସ ବୁକ୍ ଆର୍ଚିର ଇଣ୍ଡିଆ ଆଡପ୍ଟେସନ୍ ତିଆରି ପାଇଁ କାମ କରୁଛନ୍ତି। ଏହା ନେଟଫ୍ଲିକ୍ସ ପାଇଁ ହେବ। ଏହା ଏକ ଟିନେଜ୍ ଷ୍ଟୋରୀ ଅଟେ। ସେଥିପାଇଁ ଏଥିରେ ଅନେକ ଯୁବ କଳାକାର ସାଙ୍ଗମାନେ ଭୂମିକାରେ ରହିବେ। ପ୍ରୋଜେକ୍ଟର କାଷ୍ଟିଂ ବର୍ତ୍ତମାନ ଚାଲିଛି। ଜୋୟା ସେଣ୍ଟ୍ରାଲ କ୍ୟାରେକ୍ଟର ପାଇଁ ସୁହାନାଙ୍କୁ ବଛା ଯାଇଥିବା ଜଣାପଡିଛି।