ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଖୁବ୍ଶୀଘ୍ର ସୁରପଷ୍ଟାର୍ ପ୍ରଭାସଙ୍କ ସହ ନଜର ଆସିବେ । ନାଗ ଅଶ୍ୱିନ୍ଙ୍କ ଏକ ଫିଲ୍ମରେ ଦୀପିକା ପ୍ରଭାସଙ୍କ ନାୟିକା ହେବେ । ଏଥିରେ ବିଗ୍ ବି ଅମିତାଭ ମଧ୍ୟ ନଜର ଆସିବେ । ଫିଲ୍ମଟି ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଛି ।

ପ୍ରଭାସ ଓ ଦୀପିକାଙ୍କୁ ଏକତ୍ର ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମ ପାଇଁ ଦୀପିକା ବେଶ୍ ମୋଟା ଅଙ୍କର ଅର୍ଥ ନେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏବେ ସେ ଏହି ଫିଲ୍ମ ପାଇଁ ତାଙ୍କ ଫିସ୍ କମାଇଥିବା ଜଣାପଡିଛି । ଏହି ଫିଲ୍ମ ପାଇଁ ଦୀପିକା ୮ କୋଟି ଟଙ୍କା ନେଇଛନ୍ତି । ଏହାପୂର୍ବରୁ ସେ ‘ପଦ୍ମାବତି’ ପାଇଁ ୧୨ରୁ ୧୩ କୋଟି ଟଙ୍କା ନେଇଥିଲେ । ତେବେ ପ୍ରଭାସଙ୍କ ସହ ଫିଲ୍ମ କଲେ ଏହା ବକ୍ସ ଅଫିସ୍ରେ ହିଟ୍ ସାବ୍ୟସ୍ତ ହେବ ଓ ତାଙ୍କ କ୍ୟାରିୟର ପାଇଁ ଏହା ଏକ ଭଲ ସୁଯୋଗ ହେବ ବୋଲି ଦୀପିକା ଏପରି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।