ଫିଲ୍ମ ‘ପଠାନ’ରେ ଦୀପିକାଙ୍କ ଦମ୍‌ଦାର ଲୁକ୍‌

ଏବେ ଫିଲ୍ମରେ ଦୀପିକାଙ୍କ ମୋସନ ପୋଷ୍ଟର ଓ ଲୁକ ସାମ୍ନାକୁ ଆସିଛି….

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପଠାନ’ର ରିଲିଜ ହୋଇଛି ନୂଆ ପୋଷ୍ଟର । ଏହି ପୋଷ୍ଟରେ ଦମଦାର ଲୁକରେ ନଜର ଆସିଛନ୍ତି ଦୀପିକା । ଦୀପିକାଙ୍କ ଏହି ନୂଆ ଲୁକ ସାମ୍ନାକୁ ଆସିବା ପରେ ଫ୍ୟାନମାନେ ଫିଦା ହୋଇଯାଇଛନ୍ତି । ଏହି ପୋଷ୍ଟରକୁ ଖୋଦ୍‌? ଦୀପିକା ତାଙ୍କ ଇନ୍‌?ଷ୍ଟାଗ୍ରାମରେ ଶେଆର କରିଛନ୍ତି । ଯେବେଠୁ ଫିଲ୍ମ ‘ପଠାନ’ର ଘୋଷଣା ହୋଇଛି, ସେବେଠୁ ଫ୍ୟାନ୍‌ମାନେ ଏହି ଫିଲ୍ମକୁ ନେଇ ବେଶ ଉତ୍ସାହିତ ଅଛନ୍ତି । ଗତ ମାସରେ ଶାହାରୁଖ ଖାନଙ୍କ ଲୁକ ଏବଂ ମୋସନ ପୋଷ୍ଟର ସାମ୍ନାକୁ ଆସିଥିଲା । ଏବେ ଫିଲ୍ମରେ ଦୀପିକାଙ୍କ ମୋସନ ପୋଷ୍ଟର ଓ ଲୁକ ସାମ୍ନାକୁ ଆସିଛି । ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୨୫ରେ ପରଦାକୁ ଆସିବ ।