କାନ୍ସରେ ଦୀପିକାଙ୍କ ନୂଆ ଲୁକ୍‌

latest entertainment news Deepika’s new look at Cannes

ମୁମ୍ବାଇ : ହୋସ ଉଡାଇଲେ ଡିମ୍ପଲ ବିୟୁଟି ଦୀପିକା । ଧଳା ଶାଢ଼ୀ ସାଙ୍ଗକୁ ବେକରେ ମୋତି ମାଳି । ରେଡ କାର୍ପେଟରେ ରୟାଲ ଲୁକରେ ନଜର ଆସିଥିଲେ ବଲିଉଡର ମସ୍ତାନୀ । କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ସମସ୍ତଙ୍କ ଉଡାଇଲେ ହୋସ । ତାଙ୍କ ଲୁକ, ତାଙ୍କ ଷ୍ଟାଇଲ ଓ ତାଙ୍କ ଚାଲି କଲା ସମସ୍ତଙ୍କୁ ଘାଇଲା । ସେ ପାଲଟିଲେ ସେଣ୍ଟର ଅଫ ଆଟ୍ରାକସନ ।

କାନ୍ସ ଫିଲ୍ମ ଫେଷ୍ଟିଭାଲର ଶେଷ ଦିନରେ ଦୀପିକାଙ୍କ ନୂଆ ଲୁକ ସାମ୍ନାକୁ ଆସିଛି । ଏଥିରେ ସେ ରୟାଲ ଲୁକରେ ନଜର ଆସିଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋ ଗୁଡ଼ିକରେ ଦୀପିକା ଏକ ଧଳା ରଙ୍ଗର ରଫଲ ଶାଢୀରେ ୱେଷ୍ଟର୍ଣ୍ଣ ସାଙ୍ଗକୁ ଦେଶୀ ଲୁକରେ ନଜର ଆସିଛନ୍ତି । ଏହା ବ୍ୟତୀତ ଦୀପିକା ଧଳା ମୋତିର ଏକ ଭାରି ଗହଣା ପିନ୍ଧିଛନ୍ତି । ଏଥିପାଇଁ ତାଙ୍କ ଲୁକ ଏକ ରାଜକୀୟ ସ୍ପର୍ଶ ଦେଉଛି । ଲୋକମାନେ ଦୀପିକାଙ୍କ ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ଦୀପିକାଙ୍କ ଇଣ୍ଡୋ-ୱେଷ୍ଟର୍ଣ୍ଣରୁ ୱେଷ୍ଟର୍ଣ୍ଣ-ଇଣ୍ଡୋ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଲୁକ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦେଖିବାକୁ ମିଳିଛି । କାନ୍ସ ଫିଲ୍ମ ଫେଷ୍ଟିଭାଲ-୨୦୨୨ରେ ବଲିଉଡର ଅନେକ ନାମିଦାମୀ ସେଲେବ୍ରିଟି ଭାଗ ନେଇଥିଲେ ।