ମୁମ୍ବାଇ : ଦିଶା ପଟାନି ଏବେ ଏକ ନୂଆ କଥା ଚିନ୍ତା କରୁଛନ୍ତି । ଯଦି ତାଙ୍କୁ ଆକ୍ସନ ଫିଲ୍ମରେ ଆକ୍ଟିଂ କରିବାର ସୁଯୋଗ ମିଳନ୍ତା, ତେବେ ସେ ନିଜ ଦକ୍ଷତା ଦେଖାଇପାରନ୍ତେ । ନିଜେ ସିନା ଏ ନେଇ ଆଗ୍ରହ ପ୍ରକାଶ କରିଛନ୍ତି, ହେଲେ ସେଭଳି ସୁଯୋଗ ମିଳିବା ହେଉଛି ବଡ଼ କଥା । କିନ୍ତୁ ଏମିତି କ’ଣ ହେଲା ଯେ ସେ ଏଭଳି ଫିଲ୍ମରେ ଆକ୍ଟିଂ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏ ନେଇ ଦିଶା କହନ୍ତି କୋଭିଡ ଭିତରେ ମୁଁ ଅନେକ ଆକ୍ସନଭିତ୍ତିକ ଫିଲ୍ମ ଦେଖିଥିଲି । ବିଶେଷଭାବରେ ହଲିଉଡର ଆକ୍ସନଭିତ୍ତିକ ସିନେମା ମୋତେ ବେଶ ପ୍ରଭାବିତ କରିଛି । ଆଉ ଏବେ ସେପରି ଚିତ୍ରରେ ଅଭିନୟ କରିବାକୁ ଆଶା ରଖିଛି । କେବଳ ସେତିକି ନୁହେଁ, ଭଲ ଭଲ କେତୋଟି ଆକ୍ସନଭିତ୍ତିକ କାହାଣୀ ମଧ୍ୟ ସିଲେକସନ କରିଛି । ହେଲେ ତାହାକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ପ୍ରଯୋଜକ ଯଦି ରାଜି ହୁଅନ୍ତି ତେବେ ମୋର ଆଶା ପୂରଣ ହେବ । ଜଣେ କଳାକାର ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କଲେ ତାଙ୍କର ଆକ୍ଟିଂ ଦକ୍ଷତା ଜଣାପଡ଼ିଥାଏ । ତେବେ ଦିଶାଙ୍କୁ ଆକ୍ସନ ରୋଲରେ ଦର୍ଶକ କେବେ ଦେଖିବେ ତାହା ଜାଣିବାକୁ ବାକି ରହିଲା ।