କରୋନା ମହାମାରୀ ଲାଗି ଫିଲ୍ମ ‘ପୁଷ୍ପା-୨’ର ସୁଟିଂ ସ୍ଥଗିତ

ନୂଆଦିଲ୍ଲୀ : ତେଲୁଗୁ ଫିଲ୍ମ ପ୍ରଡ଼୍‌ୟୁସର୍ସ ଗିଲ୍ଡ ଅଫ ଇଣ୍ଡିଆର ସଦସ୍ୟମାନେ ମଙ୍ଗଳବାର ସମସ୍ତ ଫିଲ୍ମର ସୁଟିଂକୁ ବନ୍ଦ କରିବା ପାଇଁ ଘୋଷଣା କରିଛନ୍ତ । କରୋନା ମହାମାରୀ ପରେ ରାଜସ୍ୱ ପ୍ରୀତିରେ ଧୀରେ ଧୀରେ ପରିବର୍ତ୍ତନ ଘଟୁଥିବାରୁ ସେହି ସମ୍ବନ୍ଧରେ ଆଲୋଚନା କରାଯିବା ଜରୁରୀ ହୋଇପଡ଼ିଛି । ଯାହାକି ବର୍ତ୍ତମାନ ସମୟରେ ସବୁ ନିର୍ମାତା ତାହାକୁ ସାମ୍ନା କରୁଛନ୍ତି । ଏହା ଆମର ଦାୟିତ୍ୱ ଯେ ଆମେ ନିଜ ନିଜର ଆଖପାଖର ବାତାବରଣକୁ ଭଲ ଭାବରେ ବଦଳାଇ ଏକ ସୁନିଶ୍ଚିନ୍ତ ପ୍ରୟାସ ଜାରି କରିବା ପରେ ଫିଲ୍ମ ରିଲିଜ ହେବାପାଇଁ ସୁନ୍ଦର ବାତାବରଣ ଆବଶ୍ୟକ ଦରକାର । ଆର୍ଥିକ ସଂକଟ ଦେଇ ଗତି କରୁଥିବା ହଲ ମାଲିକ ଏବଂ ବର୍ତ୍ତମାନ ଫିଲ୍ମ ନିର୍ମାତାମାନେ ନିଷ୍ପତ୍ତି ନେଇଛନ୍ତି ଯେ ଏପର୍ଯ୍ୟନ୍ତ ଏହି ପରିସ୍ଥିତି ନ ସୁଧୁରିଛି ସେପର୍ଯ୍ୟନ୍ତ ସମସ୍ତ ଫିଲ୍ମ ସୁଟିଂ ବନ୍ଦ ରହିବ ।