ଫ୍ୟାନ୍ସଙ୍କୁ ପସନ୍ଦ ଆସୁନି ନୋରାଙ୍କ ଚାଲି
ନ୍ୟୁଡ ଗ୍ଲୋଇଙ୍ଗ ମେକ ଅପ ଏବେ ହାଇ ପୋନିଟେଲରେ ନୋରା ସୁପର ଗ୍ଲାମରସ ଦେଖାଯାଉଛନ୍ତି….
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ନୃତ୍ୟ ସହ ତାଙ୍କ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲକୁ ଲୋକେ ଖୁବ ଚର୍ଚ୍ଚା କରନ୍ତି । ନିକଟରେ ନୋରାଙ୍କ ଏକ ଭିଡିଓ ଏବେ ଭାଇରାଲ ହେଉଛି । ତେବେ ଏଥର କିନ୍ତୁ ଫ୍ୟାନ୍ସମାନେ ନୋରାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । କାରଣ ନୋରା ନୂଆ ଭିଡିଓରେ ସବୁଥର ଭଳି ଗ୍ଲାମରସ ଅନ୍ଦାଜରେ ନଜର ଆସନ୍ତି । ପ୍ରିଣ୍ଟେଡ ବଡିକନ ଡ୍ରେସ ଏବଂ ହାଇ ହିଲ୍ସରେ ନୋରାଙ୍କ ଅନ୍ଦାଜ ଦେଖିବା ଭଳି ଥାଏ । ନ୍ୟୁଡ ଗ୍ଲୋଇଙ୍ଗ ମେକ ଅପ ଏବେ ହାଇ ପୋନିଟେଲରେ ନୋରା ସୁପର ଗ୍ଲାମରସ ଦେଖାଯାଉଛନ୍ତି ।
ତଥାପି ଲୋକେ ତାଙ୍କୁ ପ୍ରଶଂସା କରିବା ବଦଳରେ ଟ୍ରୋଲ କରୁଛନ୍ତି । ସୂଚନା ଥାଉକି, ନୋରା ଫଟୋ ପୋଜ ଦେଉଥିଲେ । ଏହି ସମୟରେ ସେ ଏମିତି ଚାଲି ଚାଲି ଆସିଲେ ଯେ, ଫ୍ୟାନ୍ସ କହିଲେ ନୋରା ମଲାଇକାଙ୍କ ଭଳି ଚାଲିବାକୁ ଚେଷ୍ଟା କରୁଛନ୍ତି ଯାହା ନୋରାଙ୍କୁ ଟ୍ରୋଲ ହେବାକୁ ପଡିଛି ।