‘ଫାଇଟର୍‌’ରେ ହ୍ରିତିକ୍‌-ଦୀପିକା

ମୁମ୍ବାଇ : ହ୍ରିତିକ୍‌ ରୋଶନ୍‌ ଓ ଦୀପିକା ପାଦୁକୋନଙ୍କୁ ନେଇ ନିର୍ମାଣ ହେବ ବଲିଉଡ୍‌ ଫିଲ୍ମ ‘ଫାଇଟର’ । ପ୍ରଯୋଜକ ସିଦ୍ଧାର୍ଥ ଆନନ୍ଦ ଏବେ ଶାହରୁଖ୍‌ ଖାନ୍‌, ଜନ୍‌ ଆବ୍ରାହମ୍‌ ଓ ଦୀପିକା ପାଦୁକୋନଙ୍କୁ ନେଇ ତାଙ୍କ ନୂଆ ସିନେମା ‘ପଠାନ୍‌’ ନିର୍ମାଣରେ ବ୍ୟସ୍ତ ଅଛନ୍ତି । ୨୦୨୨ ସେପ୍ଟେମ୍ବରରେ ‘ଫାଇଟର୍‌’ ମୁଭିକୁ ରିଲିଜ୍‌ କରିବାକୁ ଯୋଜନା ଥିଲା । କିନ୍ତୁ ଏହି ତାରିଖରୁ ଓହରି ଯାଇଛନ୍ତି । ‘ଫାଇଟର୍‌’ ଫିଲ୍ମଟି ୨୦୨୩ ଜାନୁଆରି ୨୬ ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବ ବୋଲି ତାଙ୍କ ପ୍ରଯୋଜନା ସଂସ୍ଥା ସୂଚନା ଦେଇଛି ।