ଆମୀର ଖାନଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ବିବାଦରେ ବଲିଉଡ୍ ଅଭିନେତା ଆମୀର ଖାନ। ଖାଲି ବିବାଦ ନୁହେଁ କାରଣ ନିୟମ ଉଲ୍ଲଙ୍ଗନକୁ ନେଇ ତାଙ୍କ ନାଁରେ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି।

ବର୍ତ୍ତମାନ ଅମୀର ଖାନ ନିଜ ଅପକମିଂ ଫିଲ୍ମ ଲାଲ ସିଂହ ଚଡ୍ଡାର ଶୁଟିଂରେ ବ୍ୟସ୍ତ ଅଛନ୍ତି। ହେଲେ କିଛି ଦିନ ତଳେ ସେ ଫିଲ୍ମର ଶୁଟିଂ ପାଇଁ ଉତ୍ତର ପ୍ରଦେଶର ଗାଜିଆବାଦରେ ଥିଲେ। ଗାଜିଆବାଦରେ ଆମୀର ଅଛନ୍ତି ବୋଲି ଜଣାପଡ଼ିବା ପରେ ଫ୍ୟାନମାନେ ଖୁବ୍ ଉତ୍ସାହିତ ହୋଇପଡ଼ିଥିଲେ। ଏଣୁ ଆମୀରଙ୍କୁ ଦେଖା ହେବାପାଇଁ ଓ କଥା ହେବ ପାଇଁ ଫ୍ୟାନ୍ ତାଙ୍କ ଶୁଟିଂସ୍ଥଳରେ ଏକାଠି ହୋଇଥିଲେ। ତେବେ ଫ୍ୟାନମାନଙ୍କୁ ନିରାଶ ନ କରି ଆମୀର ସମସ୍ତଙ୍କ ସହ ଫଟୋ କ୍ଲିକ୍ କରିଥିଲେ। ହେଲେ ଏହି ସମୟରେ ନା ଆମୀର ମାସ୍କ ପିନ୍ଧିଥିଲେ ନା ତାଙ୍କ ଫ୍ୟାନମାନେ। ଏହାକୁ ନେଇ ଆମୀରଙ୍କ ଫିଲ୍ମ ଶୁଟିଂକୁ ନେଇ ବିବାଦ ସୃଷ୍ଟି ହୋଇଛି।

କରୋନା ମହାମାରୀ ସଙ୍କଟ ସମୟରେ ଲାଗୁ କଟକଣାକୁ ବେଖାତିର କରି ମାସ୍କ ନ ପିନ୍ଧିବାକୁ ନେଇ ବିଜେପି ବିଧାୟକ ନନ୍ଦ କିଶୋର ଗୁର୍ଜର ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ଆମୀରଙ୍କ ନାଁରେ ଥାନାରେ ମାମଲା ରୁଜୁ କରିଛନ୍ତି। ଆଗକୁ ଆମୀରଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଦେଖିବାକୁ ବାକି ରହିଲା।