ଖୁବଶୀଘ୍ର ଆସିବ ହେରାଫେରି-୩

ପୂର୍ବ ଫିଲ୍ମଗୁଡ଼ିକ ପରି ଏହି ଚିତ୍ରଟି ଦର୍ଶକଙ୍କୁ ଏଣ୍ଟରଟେନ କରିବ ବୋଲି ମୋର ଆଶା ରହିଛି…

ମୁମ୍ବାଇ: ପୁଣିଥରେ ବଲିଉଡ ସୁପରଷ୍ଟାର ଅଭିନେତା ଅକ୍ଷୟ କୁମାର, ସୁନୀଲ ସେଟ୍ଟି ଏବଂ ପରେଶ ରାୱଲଙ୍କ ଅଭିନୀତ ୨୦୦୬ରେ ‘ଫିର ହେରା ଫେରି’ ନିର୍ମାଣ କରିଥିଲେ । ଆଉ ଏହାର ୧୬ ବର୍ଷ ପରେ ଫିଲ୍ମରେ ପାର୍ଟ-୩ ପ୍ରସ୍ତୁତ ହେବାକୁ ଯାଉଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଛି । ‘ହେରା ଫେରି-୩’ ଟାଇଟଲ ବିଶିଷ୍ଟ ଏହି ଚିତ୍ରରେ ପୁଣିଥରେ ଅକ୍ଷୟ କୁମାର-ସୁନୀଲ ସେଟ୍ଟି-ପରେଶ ରାୱଲ ଯୋଡ଼ିକୁ ଦେଖିବାକୁ ମିଳିବ । କେବଳ ଏହାର କାହାଣୀକୁ ଏପରି ରୂପରେଖ ଦିଆଯାଉଛି ଯେ ଦର୍ଶକ ଏଥିରୁ ଶତ ପ୍ରତିଶତ କମେଡି ପାଇବେ ।

ଏ ନେଇ ଅକ୍ଷୟ କହନ୍ତି, ‘ହେରା ଫେରି’ର ପାର୍ଟ-୩ ନିର୍ମାଣ କରାଯିବା ନିଶ୍ଚୟ ଏକ ଖୁସିର କଥା । ସବୁଠାରୁ ବଡ଼ କଥା ହେଲା ଯେ ଆମେ ତିନି ଜଣ (ଅକ୍ଷୟ, ସୁନୀଲ, ପରେଶ)ଙ୍କୁ ପୁଣିଥରେ ପ୍ରଯୋଜକ ରିପିଟ କରୁଛନ୍ତି । ପୂର୍ବ ଫିଲ୍ମଗୁଡ଼ିକ ପରି ଏହି ଚିତ୍ରଟି ଦର୍ଶକଙ୍କୁ ଏଣ୍ଟରଟେନ କରିବ ବୋଲି ମୋର ଆଶା ରହିଛି ।