୩ଟି ଲୁକରେ ନଜର ଆସିବେ ହ୍ରିତିକ

ଫିଲ୍ମର ଟ୍ରେଲର ଆପଣଙ୍କୁ ଏକ ଆକ୍ସନ ପ୍ୟାକ ହୋଇଥିବା ଥ୍ରୀଲର ରାଇଡ୍‌ ଉପରେ ନେଇଯିବ…….

ମୁମ୍ବାଇ: ବଲିଉଡ ଅଭିନେତା ହ୍ରିତିକ ରୋଶନ ବର୍ତ୍ତମାନ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିକ୍ରମ ବେଧା ପାଇଁ ଚର୍ଚ୍ଚାରେ ଅଛନ୍ତି । ଯେଉଁଥିରେ ଆକ୍ସନ, ଥ୍ରୀଲର, ସସପେନ୍ସ ରହିଛି । ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ସୈଫ ଅଲି ଖାନ ଏବଂ ହ୍ରିତିକ ରୋଶନଙ୍କୁ ପରଦାରେ ଏକାଠି ଦେଖିବାକୁ ପ୍ରଶଂସକମାନେ ଉତ୍ସାହିତ ମଧ୍ୟ ଅଛନ୍ତି । ହ୍ରିତିକଙ୍କୁ ଗୋଟିଏ କିମ୍ବା ଦୁଇଟି ନୁହେଁ, ବିକ୍ରମ ବେଧାରେ ତିନୋଟି ଭିନ୍ନ ରୂପରେ ଦେଖିବାକୁ ମିଳିବ ।

ଟିଜରରେ ହ୍ରିତିକ ଏବଂ ସୈଫଙ୍କ ଲୁକ ଏବଂ ଅନସ୍କ୍ରିନ ଭୂମିକାର ଝଲକ ଦେଖିବାକୁ ମିଳିଥିଲା । ଫିଲ୍ମର ଟ୍ରେଲର ଆପଣଙ୍କୁ ଏକ ଆକ୍ସନ ପ୍ୟାକ ହୋଇଥିବା ଥ୍ରୀଲର ରାଇଡ୍‌ ଉପରେ ନେଇଯିବ । ଉଲ୍ଲେଖଥାଉ କି, ଫିଲ୍ମରେ ହ୍ରିତିକଙ୍କୁ ତିନୋଟି ଭିନ୍ନ ରୂପରେ ଦେଖିବାକୁ ମିଳିବ । କେବଳ ଏତିକି ନୁହେଁ, ପୋଷ୍ଟର ଏବଂ ଟିଜରରେ ହ୍ରିତିକଙ୍କୁ ଦେଖିବା ପରେ ଦର୍ଶକମାନେ ତାଙ୍କର ଜବରଦସ୍ତ ପ୍ରଶଂସା କରୁଛନ୍ତି । ଏହି ଫିଲ୍ମ ୩୦ ସେପ୍ଟେମ୍ବରରେ ମୁକ୍ତିଲାଭ କରିବ ।