୩୬ରେ ପାଦ ଥାପିଲେ ହୁମା

ଯାହା ଫଳରେ ସେହି ଫିଲ୍ମରେ ପାଦ ଦେଉ ଦେଉ ରାତାରାତି ଷ୍ଟାର ପାଲଟି ଯାଇଥିଲେ…..

ମୁମ୍ବାଇ: ଅଭିନେତ୍ରୀ ହୁମା କ୍ୟୁରେଶି ତାଙ୍କର ୩୫ ତମ ଜନ୍ମ ଦିନ ପାଳନ କରୁଛନ୍ତି ।ସେ କେବଳ ବଲିଉଡରେ ନୁହେଁ ସାଉଥ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜ ଅଭିନୟର କମାଲ ଦେଖାଇଛନ୍ତି । ହୁମା ଫିଲ୍ମ ଦୁନିଆରେ ପାଦ ଦେବା ପୂର୍ବରୁ ଅନେକ ବିଜ୍ଞାପନରେ କାମ କରିଥିଲେ । ସୂଚନା ଅନୂଯାୟୀ ହୁମାଙ୍କୂ ଅନୁରାଗ ତାଙ୍କ ଫିଲ୍ମ ‘ଗ୍ୟାଙ୍ଗ ଅଫ ୱାସେପୁର’ ରେ ନେବା ପାଇଁ ଅଫର ଦେଇଥିଲେ । ଯାହା ଫଳରେ ସେହି ଫିଲ୍ମରେ ପାଦ ଦେଉ ଦେଉ ରାତାରାତି ଷ୍ଟାର ପାଲଟି ଯାଇଥିଲେ । ହୁମା ‘ଗ୍ୟାଙ୍ଗ ଅଫ ୱାସେପୁର’ ପରେ ‘ଡି-ଡେ’, ‘ଡେଢ ଇଶକିୟାଁ’, ‘ଜଲି ଏଲଏଲବି-୨’ କରିଛନ୍ତି ।