ଦେଶୀ ଗର୍ଲଙ୍କ ଅନ୍ଧବିଶ୍ୱାସ

ଏହି ପଞ୍ଚମ ସିଜନରେ ପ୍ରିୟଙ୍କା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କିଛି ଶେୟାର କରିଥିଲେ…

ମୁମ୍ବାଇ : ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ଟକ ଶୋ ‘କଫି ୱିଥ କରଣ’ର ସପ୍ତମ ସିଜନ ଆରମ୍ଭ ହେବାକୁ ଯାଉଛି । ଚଳିତ ସିଜିନରେ କିଛି କଳାକାର ଶୋ’ରେ ଡେବ୍ୟୁ କରିବାକୁ ଯାଉଥିବାବେଳେ ଅନ୍ୟ କିଛି କଳାକାର ପୁଣିଥରେ ଶୋ’ରେ ଯୋଗ ଦେବେ । ଏମିତି ଜଣେ ସେଲିବ୍ରିଟି ଅଛନ୍ତି ଯିଏ କି ‘କଫି ୱିଥ କରଣ’ର ପ୍ରତ୍ୟେକ ସିଜିନରେ ଅଂଶଗ୍ରହଣ କରିଛନ୍ତ । ସେ ହେଉଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଏହି ପଞ୍ଚମ ସିଜନରେ ପ୍ରିୟଙ୍କା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କିଛି ଶେୟାର କରିଥିଲେ । ଏପରିକି ସେ ଅନ୍ଧବିଶ୍ୱାସକୁ ବିଶ୍ୱାସ କରୁଥିବା କହିଥିଲେ । ଭଲ ଜିନିଷରେ ନଜର ଲାଗିଯାଏ । ଭଲ ଜିନିଷକୁ ସବୁବେଳେ ସମ୍ଭାଳି ରଖିବାକୁ ପଡିଥାଏ । ଏହି କାରଣରୁ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଖୁଲାସା କରିବାକୁ ପଛଘୁଞ୍ଚା ଦିଏ ବୋଲି କୁହନ୍ତି ପିସି ।