ମୁମ୍ବାଇ : ଫାତିମା ସାନା ଶେଖଙ୍କ ନିକଟରେ ଏବେ ବଡ ବଡ ପ୍ରୋଜେକ୍ଟ ଅଫର ରହିଛି । ଏହି ବଡ ପ୍ରୋଜେକ୍ଟରେ ଫାତିମା ଅଲଗା ଅଲଗା କ୍ୟାରିକ୍ଟରରେ ନଜର ଆସିବେ । ଏହିରି ମଧ୍ୟରୁ ଗୋଟିଏ ଚରିତ୍ର ହେଉଛି ଇନ୍ଦିରା ଗାନ୍ଧି । ନିର୍ଦ୍ଦେଶକ ମେଘନା ଗୁଲଜାର ଫିଲ୍ମ ସାମ ବାହାଦୂରରେ ଇନ୍ଦିରାଙ୍କ ଭୂମିକାରେ ନଜର ଆସିବେ । ତେବେ ନିଜର ଖାସ ଅଭିନୟ ବିଷୟରେ ଫାତିମା କହିଛନ୍ତି ସେ ଇନ୍ଦିରା ଗାନ୍ଧିଙ୍କ ପିଲାବେଳେର ଲେଖିଥିବା ବହି ସବୁ ପଢୁଛନ୍ତି । ଏହି ରୋଲ ପାଇଁ ସେ ଗୋଟିଏ ଲୁକ ଟେଷ୍ଟ ଦେଇଥିଲେ । ସାମ ବାହାଦୂର ଫିଲ୍ମରେ ଅଭିନେତା ବିକ୍କି କୌଶଲ ଲିଡରେ ରୋଲରେ ନଜର ଆସିବେ । ଫିଲ୍ନର କାହଣୀ ଫିଲ୍ଡ ମାର୍ଶଲ ସାମ ମାନେକଶୋଙ୍କ ଜୀବନି ଉପରେ ଆଧାରିତ ।