ମୁମ୍ବାଇ: ବଲିଉଡ ପରଫେକ୍ସନିଷ୍ଟ ତଥା ଅଭିନେତା ଅମୀର ଖାନଙ୍କ ଝିଅ ଇରା ଖାନ ସୋସିଆଲ ମିଡିଆରେ ପ୍ରାୟ ସବୁବେଳେ ଆକ୍ଟିଭ ରହିଥାନ୍ତି । ସେ ତାଙ୍କ ଫ୍ୟାନମାନଙ୍କ ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ଅମୀର ଖାନଙ୍କ ଝିଅ ଇରା ଖାନ ତାଙ୍କ ପର୍ସନାଲ ଲାଇଫକୁ ନେଇ ପ୍ରାୟ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ହେଲେ ବର୍ତ୍ତମାନ ତାଙ୍କର ଏପରି ଏକ ଫଟୋ ସେୟାର ହୋଇଛି ଯାହା ଭାଇରାଲ ହେବାରେ ଲାଗିଛି । ଆମୀର ଖାନଙ୍କ ଝିଅ ଇରା ଖାନ ତାଙ୍କର ୨୫ ତମ ଜନ୍ମଦିନ ପାଳନ କରିଛନ୍ତି, ଯାହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଚିତ୍ରକୁ ଦେଖିଲେ ଲାଗୁଛି ଯେ ଆମୀର ତାଙ୍କ ଝିଅର ଜନ୍ମଦିନରେ ଏକ ପୁଲ୍ ପାର୍ଟୀ ଆୟୋଜନ କରିଛନ୍ତି । କେକ୍ କାଟିବାବେଳେ ଇରା ବିକିନିରେ ଦେଖାଦେଇଥିଲେ ଏବଂ ଏହି ବିକିନି ଟ୍ରୋଲରମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଫଟୋରେ ଆମୀରଙ୍କୁ ସାର୍ଟଲେସ୍ ନଥିବାବେଳେ ପୁଅ ଆଜାଦ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି । ଏହି ଫଟୋ ଦେଖି ୟୁଜର୍ସମାନେ ତାଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ମଧ୍ୟ ଦେଉଛନ୍ତି ।