ମୁମ୍ବାଇ: ବଲିଉଡ ଅଭିନେତା ବବି ଦେଓଲ ୱେବ ସିରିଜ୍ ‘ଆଶ୍ରମ’ ଓଟିଟି ପ୍ଲାଟଫର୍ମରେ ଖୁବ ଧମାଲ କରିଥିଲେ । ଆଶ୍ରମର ସିଜନ-୨ ଦର୍ଶକଙ୍କୁ ବହୁତ ଏଣ୍ଟରଟେନ କରିବା ପରେ ଏବେ ଆଶ୍ରମ ସିଜନ -୩ ଆସି ଯାଇଛି । ବର୍ତ୍ତମାନ ୱେବ ସିରିଜ ଓଟିଟି ପ୍ଲାଟ ଫର୍ମରେ ରିଲିଜ ହୋଇ ସାରିଛି । ପ୍ରଥମ ଥର ପାଇଁ ବବି ଏବଂ ଇଶା ଗୋଟିଏ ପ୍ରୋଜେକ୍ଟରେ ଏକାଠି ହୋଇଛନ୍ତ । ଏଥିରେ ଇଶା ଗୁପ୍ତା ବବି ଦେଓଲଙ୍କ ସହ ଅନେକ ଅନ୍ତରଙ୍ଗ ତଥା ବୋଲ୍ଡ ସିନ ଦେଇଛନ୍ତି, ଯାହାକୁ ନେଇ ସେ ସାକ୍ଷାତକାରରେ ଖୋଲାଖୋଲି ଭାବରେ ପ୍ରକାଶ କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଯେତେବେଳେ ଇଶା ଗୁପ୍ତା ତାଙ୍କ ବୋଲ୍ଡ ସିନକୁ ନେଇ କହିଥିଲେ ଯେତେବେଳେ ଆପଣ ୧୦ବର୍ଷ ଧରି ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି ତ ସେତେବେଳେ କଫର୍ଟବୁଲ ବା ଅନକଫର୍ଟବୁଲ ଭଳି କିଛି ନଥାଏ ।