ଅନୁମତି ପରେ ଦୁବାଇ ଗସ୍ତରେ ଜ୍ୟାକ୍ଲିନ
ଅଭିନେତ୍ରୀ ୧୫ଦିନ ପାଇଁ ବିଦେଶ ଯାତ୍ରା କରିବାକୁ ଦିଲ୍ଲୀ କୋର୍ଟରୁ ଅନୁମତି ମାଗିଥିଲେ…
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଆଇଫା ପାଇଁ ଆବୁଧାବି ଅଭିମୁଖେ ବାହାରି ସାରିଛନ୍ତି । ତାଙ୍କ ବିଦେଶ ଯାତ୍ରା ପାଇଁ ଦିଲ୍ଲୀ ହାଇକୋର୍ଟରୁ ଅନୁମତି ନେବାକୁ ପଡିଥିଲା । ସୂଚନାଯୋଗ୍ୟ ଯେ, ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ଠକ ସୁକେଶ ଚନ୍ଦ୍ରଶେଖରଙ୍କ ନାମ ଆସିବା ପରେ ଜ୍ୟାକଲିନଙ୍କୁ ଦେଶ ଛାଡିବାକୁ ଅନୁମତି ଦିଆଯାଇନଥିଲା । ଅଭିନେତ୍ରୀ ୧୫ଦିନ ପାଇଁ ବିଦେଶ ଯାତ୍ରା କରିବାକୁ ଦିଲ୍ଲୀ କୋର୍ଟରୁ ଅନୁମତି ମାଗିଥିଲେ । ଏଥିପାଇଁ ସର୍ତ ରଖି ଜଷ୍ଟିସ୍ ଜ୍ୟାକଲିନଙ୍କୁ ଆବୁଧାବି ଯିବା ପାଇଁ ଅନୁମତି ଦେଇଛନ୍ତି । ଏଥିସହିତ ନିର୍ଦ୍ଦେଶ ଦିଆଯାଇଛି କି ୧ କୋଟି ଟଙ୍କା ଫିକ୍ସ ଡିପୋଜିଟ ରସିଦ ଜମା କରିବାକୁ ପଡିବ ।