ବିଦେଶ ଯିବାକୁ ଜ୍ୟାକଲିନଙ୍କୁ ଅନୁମତି ମିଳିଲା

ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାରକୁ କୋର୍ଟ ବାତିଲ କରିଦେଇଛନ୍ତି…

ମୁମ୍ବାଇ : ଅନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଦେଶ ଯାଇପାରିବେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଏନେଇ କୋର୍ଟ ଅନୁମତି ଦେଇଛନ୍ତି । ଜ୍ୟାକଲିନ ମେ’ ୩୧ରୁ ରୁ ଜୁନ ୬ମଧ୍ୟରେ ଆବୁଧାବି ଯାତ୍ରା କରିପାରିବେ । କନମ୍ୟାନ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦କୋଟି ଟଙ୍କା ବେଆଇନ କାରବାର ମାମଲାରେ ଜ୍ୟାକଲିନ ସମ୍ପୃକ୍ତ ଥିବା ଅଭିଯୋଗରେ ଇଡି ପକ୍ଷରୁ ତଦନ୍ତ କରାଯାଉଛି । ଫଳରେ ତାଙ୍କୁ ଭାରତ ଛାଡିବାକୁ ବାରଣ କରାଯାଇଥିଲା ।

ତେବେ ଜ୍ୟାକଲିନ ଆବୁଧାବିରେ ଥିବାବେଳେ ସେ ଯେଉଁ ହୋଟେଲରେ ରହିବେ ସେ ସମ୍ବନ୍ଧରେ ସବିଶେଷ ତଥ୍ୟ ଦାଖଲ କରିଛନ୍ତି । ଶନିବାର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ଲୁକ ଆଉଟ ସର୍କୁଲାରକୁ କୋର୍ଟ ବାତିଲ କରିଦେଇଛନ୍ତି । ତାଙ୍କୁ ମେ ୩୧ ରୁ ଜୁନ ୬ ପର୍ଯ୍ୟନ୍ତ ଆବୁଧାବି ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି ।