‘ବିକ୍ରାନ୍ତ ରୋନା’ନଜର ଆସିବେ ଜ୍ୟାକଲିନ
ଏଥିରେ ସାମିଲ ବି-ଟାଉନ ବିଉଟି ଜ୍ୟାକଲିନ ଗୀତ ‘ରା ରା ରକମ୍ମା’ରେ ନଜର ଆସିବେ…
ମୁମ୍ବାଇ : ସୁପରଷ୍ଟାର କିଚ୍ଚା ସୁଦୀପଙ୍କ ଆକ୍ସନ-ଆଡଭେଞ୍ଚର ଫିଲ୍ମ ‘ବିକ୍ରାନ୍ତ ରୋନା’ ଆସନ୍ତା ମାସ ୨୮ରେ ମୁକ୍ତିଲାଭ କରିବ । ଏହାର ଟ୍ରେଲର ରିଲିଜ କରିଛନ୍ତି । ଏହାକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି । ଏଥିରେ ସୁଦୀପଙ୍କ ସହ ସ୍କ୍ରିନ ଶେୟାର କରିଛନ୍ତି ସିଂହଳୀ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ । ଏଥିରେ ସାମିଲ ବି-ଟାଉନ ବିଉଟି ଜ୍ୟାକଲିନ ଗୀତ ‘ରା ରା ରକମ୍ମା’ରେ ନଜର ଆସିବେ । ଫିଲ୍ମ ଟିମ ସହିତ କାମ କରିବାର ଅନୁଭବ ଶେୟାର କରି ଜ୍ୟାକି କହିଛନ୍ତି, ରକମ୍ମା ଗୀତର ସୁଟିଂ ପାଇଁ ସେ ଯେତେବେଳେ ପହଞ୍ଚିଲେ ବିଶାଳ ସେଟ ଦେଖି ବହୁତ ଆନନ୍ଦିତ ହୋଇଗଲେ । କିଚ୍ଚା ସୁଦୀପଙ୍କ ଭଳି ଜଣେ ସୁପରଷ୍ଟାରଙ୍କ ସହ କାମ କରିବାର ଅନୁଭବ ତାଙ୍କ ପାଇଁ ବେଶ ସ୍ମରଣୀୟ । ଏହି ଟିମ ସହ କାମ କରିବା ସେଲିବ୍ରେସନ ଭଳି ଥିଲା ।