ମୁମ୍ବାଇ: ଜାହ୍ନବୀ କପୁର ନିକଟରେ ଏମିତି ଭାବପ୍ରବଣ ହୋଇପଡ଼ିଲେ ଯେ, ତାଙ୍କ ଆଖିରୁ ଦୁଇଟୋପା ଲୁହ ଗଡ଼ିପଡ଼ିଲା । କଥା କ’ଣ କି ସେ ଏବେ ଏକ ଅନଟାଇଟଲଡ ଫିଲ୍ମର ନାୟିକା ଭୂମିକାରେ ଅଭିନୟ କରୁଛନ୍ତି । ଏଥିରେ ତାଙ୍କୁ ଜଣେ ଗାଉଁଲୀ ଯୁବତୀ ଭୂମିକାରେ ଦେଖିବାକୁ ମିଳିବ । ଏ ନେଇ ଜାହ୍ନବୀ କହନ୍ତି, ‘ଏହି ଫିଲ୍ମର ଶୁଟିଂ ପାଇଁ ମେକଅପ୍ ନେବାପରେ ଯେତେବେଳେ ମୁଁ ନିଜକୁ ଆଇନା ସମ୍ମୁଖରେ ଦେଖିଲି ସେତେବେଳେ ମୁଁ ଆଉ ନିଜକୁ କଣ୍ଟ୍ରୋଲ କରିପାରିନଥିଲି । ମୋ ଆଖିରୁ ଲୁହ ଗଡ଼ି ପଡ଼ିଥିଲା ପୁଣି ଏପରି ପରିସ୍ଥିତି ହେଲା ଯେ, ମୁଁ ନିଜକୁ ସାଧାରଣ ଅବସ୍ଥାକୁ ଆଣିବାକୁ ଦୁଇଘଣ୍ଟା ସମୟ ଲାଗିଥିଲା । ମୋତେ ଏଭଳି ଇମୋଶନାଲ ଅବସ୍ଥାରେ ଦେଖି ନିର୍ଦ୍ଦେଶକ ମୋତେ ପ୍ରଥମେ କିଛି ସମୟ ବିଶ୍ରାମ ନେବାକୁ କହିଥିଲେ । ମୁଁ ଭ୍ୟାନିଟି ଭ୍ୟାନ ଭିତରେ ପାଖାପାଖି ଦୁଇଘଣ୍ଟା ବସିବା ପରେ ନିଜକୁ ନିୟନ୍ତ୍ରଣକୁ ଆଣିଥିଲି । କାରଣ ଏପରି କାହାଣୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଥିବା ହିନ୍ଦୀ ସିନେମା ‘ମିଷ୍ଟର ଆଣ୍ଡର ମିସେସ ମାହି’ରେ ସେ ଅଭିନୟ କରିବେ ।