୧୦୦ କୋଟି କ୍ଲବରେ ‘ଜୁଗ ଜୁଗ ଜିଓ’
ସୋସିଆଲ ମିଡିଆରେ ଫିଲ୍ମ କରିଥିବା କଲେକସନ ସେୟାର କରି ନିଜେ ବରୁଣ ପ୍ରଶଂସକଙ୍କୁ ଏହା ଜଣାଇଛନ୍ତି…
ମୁମ୍ବାଇ: ବରୁଣ ଧାୱନ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଫିଲ୍ମ ଜୁଗ ଜୁଗ ଜିଓ ବକ୍ସ ଅଫିସରେ ୧୦୦ କୋଟି ଅତିକ୍ରମ କରିଛି । ସୋସିଆଲ ମିଡିଆରେ ଫିଲ୍ମ କରିଥିବା କଲେକସନ ସେୟାର କରି ନିଜେ ବରୁଣ ପ୍ରଶଂସକଙ୍କୁ ଏହା ଜଣାଇଛନ୍ତି । ବରୁଣ କିଆରାଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ୧୦୦ କୋଟି ଲେଖାଯାଇଛି । ଫିଲ୍ମଟି ଏକ ଜବରଦସ୍ତ ଓପନିଂ କରିଥିଲା । ବରୁଣ ଏବଂ କିଆରାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଜୁଗ ଜୁଗ ଜିଓ’ ମଧ୍ୟ ଅନିଲ କପୁର ଏବଂ ନୀତୁ କପୁରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।