ବକ୍ସ ଅଫିସ୍ ରେକର୍ଡ ଭାଙ୍ଗୁଛି ‘Kalki 2829 AD’

ନାଗ ଅଶ୍ୱିନଙ୍କ ଫିଲ୍ମ ‘କାଲ୍କି 2898 ଏଡି’ ବକ୍ସ ଅଫିସରେ ବେଶ ଭଲ ବ୍ୟବସାୟ କରୁଛି । ରିଲିଜ୍ ହେବାର ପ୍ରଥମ ଦିନରେ 95.3 କୋଟି ଟଙ୍କା, ଦ୍ୱିତୀୟ ଦିନରେ ଫିଲ୍ମ 59.3 କୋଟି ଟଙ୍କା ରୋଜଗାର କରିଥିଲା। ତୃତୀୟ ଦିନରେ ଫିଲ୍ମର ଆୟ 66.2 କୋଟି ଟଙ୍କା, ଚତୁର୍ଥ ଦିନରେ ଏହି ଫିଲ୍ମ 88.2 କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହା ପରେ ପଞ୍ଚମ ଦିନରେ ଫିଲ୍ମର ଆୟ 34.15 କୋଟି ଟଙ୍କା ଥିଲା। ବର୍ତ୍ତମାନ ‘କାଲ୍କି 2898 AD’ ରିଲିଜ୍ ହେବାର ଷଷ୍ଠ ଦିନର ଆୟର ପ୍ରାରମ୍ଭିକ ଆକଳନ ମଧ୍ୟ ଆସିଛି | ରିପୋର୍ଟ ଅନୁଯାୟୀ, ‘କଲ୍କି 2898 AD’ ରିଲିଜ୍ ହେବାର ଷଷ୍ଠ ଦିନରେ ଅର୍ଥାତ୍ ପ୍ରଥମ ମଙ୍ଗଳବାରରେ 27.85 କୋଟି ଟଙ୍କା ଆୟ କରିଛି।

ଷଷ୍ଠ ଦିନରେ ଏହି ଚଳଚ୍ଚିତ୍ର ତେଲୁଗୁ ଭାଷାରେ 11.2 କୋଟି, ତାମିଲରେ 1.2 କୋଟି, ହିନ୍ଦୀରେ 14 କୋଟି, କନ୍ନଡରେ 0.25 କୋଟି ଏବଂ ମାଲାୟାଲାମରେ 1.2 କୋଟି ସଂଗ୍ରହ କରିଛି। ଏହା ସହିତ ‘କଲ୍କି 2898 AD’ର 6 ଦିନର ମୋଟ ଆୟ 371 କୋଟି ଟଙ୍କା ଛୁଇଁଛି । ଫିଲ୍ମ ତେଲୁଗୁରେ 6 ଦିନରେ 193.2 କୋଟି ଟଙ୍କା ଆୟ କରିଛି । ତାମିଲରେ ଏପର୍ଯ୍ୟନ୍ତ ଫିଲ୍ମର ଆୟ 21 କୋଟି ଟଙ୍କା ରହିଛି ।

ସେହିପରି ହିନ୍ଦୀରେ 6 ଦିନରେ ‘କଲ୍କି 2898 AD’ ର ମୋଟ ସଂଗ୍ରହ 142 କୋଟି ଟଙ୍କା ରହିଛି । କନ୍ନଡରେ ଏହି ଚଳଚ୍ଚିତ୍ରଟି 2.4 କୋଟି ଟଙ୍କା ଏବଂ ମାଲାୟାଲମରେ ‘କଲ୍କି 2898 AD’ର 6 ଦିନର ଆୟ 12.4 କୋଟି ଟଙ୍କା । ପ୍ରଭାସ, ଦୀପିକା ପାଦୁକୋନ୍, ଅମିତାଭ ବଚ୍ଚନ ଏବଂ କମଲ ହାସନ, ଏହି ଚଳଚ୍ଚିତ୍ର ନଜର ଆସୁଛନ୍ତି । ଏହି ଫିଲ୍ମଟି ବକ୍ସ ଅଫିସରେ ପ୍ରତିଦିନ ନୂଆ ରେକର୍ଡ ମଧ୍ୟ ସୃଷ୍ଚି କରୁଛି ।