ମେ’ ୯ ତାରିଖରେ ‘କଲ୍‌କୀ’ ଶୁଭମୁକ୍ତି

ମୁମ୍ବାଇ: ପ୍ରଭାସ ଓ ଦିପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘କଲ୍‌କୀ ୨୮୯୮ ଏଡି’ ୨୦୨୪ ମେ’ ୯ ତାରିଖରେ ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରିବ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ନିର୍ମାତା ନାଗ ଅଶ୍ୱିନ ।
ବୈଜୟନ୍ତୀ ମୁଭି ବ୍ୟାନର ତଳେ ନିର୍ମିତ ଏହି ବହୁଭାଷୀ ଚଳଚ୍ଚିତ୍ର ଚଳିତ ଜାନୁୟାରୀ ୧୨ ତାରିଖରେ ମୁକ୍ତିଲାଭ କରିବାର ଥିଲା । ମାତ୍ର କୌଣସି କାରଣରୁ ତାହା ମେ’ ମାସକୁ ଘୁଂଚାଇ ଦିଆଯାଇଛି ।

ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, କମଲ ହସନ ଓ ଦିଶା ପଟନୀଙ୍କୁ ଦେଖିବାକୁ ମିଳିବ । ଚଳଚ୍ଚିତ୍ରଟିର ପୋଷ୍ଟରରେ ପ୍ରଭାସଙ୍କ ଅବତାର ଚଳଚ୍ଚିତ୍ରପ୍ରେମୀଙ୍କ ମନକୁ ମୋହିତ କରିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ନିର୍ମାତା ନାଗଙ୍କ ମତରେ ପ୍ରାୟ ୬ ହଜାର ବର୍ଷ ତଳେ ଶେଷ ହୋଇଥିବା କାହାଣୀ ଆଗାମୀ ମେ’ ୯ ତାରିଖରେ ପୁଣି ଥରେ ଜୀବନ୍ତ ହେବାକୁ ଯାଉଛି ।