ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କୁ ପୁଣି ସମନ୍ କଲା ମୁମ୍ୱାଇ ପୁଲିସ୍

ମୁମ୍ୱାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଏବଂ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କୁ ସମନ କରିଛି ମୁମ୍ୱାଇ ପୁଲିସ୍। ନଭେମ୍ବର ୨୩ ରୁ ୨୪ ତାରିଖ ମଧ୍ୟରେ ବାନ୍ଦ୍ରା ପୁଲିସ ନିକଟରେ ହାଜର ହେବାକୁ କହିଛି ମୁମ୍ବାଇ ପୁଲିସ।

ସୋଶାଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଦୁଇ ଭଉଣୀ ଦୁଇ ଗୋଷ୍ଠୀ ମଧ୍ୟରେ ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ବାନ୍ଦ୍ରା ମହାନଗର ନିଗମ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। ମୁନାୱରୱାଲି ସାହିଲ ଏ ସୟଦଙ୍କ ଅଭିଯୋଗ କ୍ରମେ କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ।

ମୁମ୍ବାଇ ପୁଲିସ ଏହାପରେ ଦୁଇ ଭଉଣୀଙ୍କୁ ସମନ୍ କରିଥିଲା। ହେଲେ ଭାଇର ବାହାଘର ଥିବା କହି ସ୍ଥଗିତ ରଖିବାକୁ ଦୁଇ ଭଉଣୀ ମୁମ୍ୱାଇ ପୁଲିସକୁ କହିଥିଲେ। ସେତେବେଳେ ୯ ନଭେମ୍ବରରେ କଙ୍ଗନାଙ୍କୁ, ରଙ୍ଗୋଲିଙ୍କୁ ୧୦ ନଭେମ୍ବରରେ ସମନ ହୋଇଥିଲା। ଅଭିଯୋଗକାରୀ ହେଉଛନ୍ତି ବଲିଉଡର କାଷ୍ଟିଂ ନିର୍ଦ୍ଦେଶକ ତଥା ଫିଟନେସ୍ ପ୍ରଶିକ୍ଷକ। କଙ୍ଗନା ଏବଂ ରଙ୍ଗୋଲିରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅସମ୍ମାନ କରୁଥିବା ସେ ଅଭିଯୋଗ କରିଥିଲେ।