ଖୁବଶୀଘ୍ର କମବ୍ୟାକ କରିବେ କପିଲ

ତେବେ କେବେ ଏହି ଶୋ’ ପୁରିଥରେ ଅନ ଏୟାର ହେବ ସେ ନେଇ ତାରିଖ ନିର୍ଦ୍ଧାରିତ ହୋଇନାହିଁ…

ମୁମ୍ବାଇ: ଖୁବଶୀଘ୍ର କମବ୍ୟାକ କରିବେ କମେଡି କିଙ୍ଗ କପିଲ ଶର୍ମା । ଖୁବଶୀଘ୍ର ଛୋଟ ପରଦାକୁ ଫେରିବ ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା’ । କିଛି ଦିନ ପୂର୍ବରୁ ଏହି ଶୋ’ ଅଫ ଏୟାର ହୋଇଯାଇଥିଲା । କାରଣ କପିଲଙ୍କୁ ତାଙ୍କ ଟିମ ସହ ଶୋ’ କରିବା ପାଇଁ ଆମେରିକା ଓ କାନାଡା ଗସ୍ତରେ ଯିବାର ଥିଲା । ଏଥିପାଇଁ ‘ଦ କପିଲ ଶର୍ମା ଶୋ’କୁ ଅଫ ୟାର କରିବାକୁ ପଡ଼ିଥିଲା । ଏବେ କପିଲ ଶର୍ମା ପୁଣିଥରେ ତାଙ୍କ ପ୍ରଶଂସକଙ୍କୁ ମନରଞ୍ଜନର ଖୋରାକ ଯୋଗାଇବା ପାଇଁ କମ୍‌ବ୍ୟାକ କରିବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ, ଆସନ୍ତା କିଛିମାସ ମଧ୍ୟରେ କପିଲ ଶର୍ମା ଶୋ’ ଟିଭି ପରଦାକୁ ଫେରିବ । ତେବେ କେବେ ଏହି ଶୋ’ ପୁରିଥରେ ଅନ ଏୟାର ହେବ ସେ ନେଇ ତାରିଖ ନିର୍ଦ୍ଧାରିତ ହୋଇନାହିଁ ।