ମୁମ୍ବାଇ : ବଲିଉଡରେ ଜଗତରେ ଏବେ ସବୁଠୁ ଗୋଟିଏ ବିଷୟକୁ ନେଇ ଚର୍ଚ୍ଚା ଚାଲିଛି । ତାହା ହେଉଛି କ୍ୟାଟ୍ରିନା ଏବଂ ବିକ୍କିଙ୍କ ବିବାହ । ଡିସେମ୍ବର ୭ରୁ ୯ ମଧ୍ୟରେ ଉଭୟଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ସେମାନଙ୍କ ବିବାହ ସହିତ ଜଡିତ ଅନେକ ପ୍ରକାରର ସୂଚନା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି । ଯେଉଁଥିରେ ଅତିଥିଙ୍କ ତାଲିକା ଠାରୁ ଆରମ୍ଭ କରି ଅତିଥିଙ୍କ ରହିବା ବ୍ୟବସ୍ଥା ଯାଏଁ ସମସ୍ତ ଖବର ଜଣା ପଡିଛି ।
ରାଜସ୍ଥାନର ବିଳାସପୂର୍ଣ୍ଣ ଦୁର୍ଗରେ ଏହି ବିବାହ କାର୍ଯ୍ୟକ୍ରମ ହେବ ବୋଲି ଶୁଣିବାକୁ ମିଳୁଛ । ପ୍ରଶଂସକମାନେ ସେମାନଙ୍କର ବିବାହର ଅଫିସିଆଲ ଘୋଷଣାକୁ ଆଗ୍ରହ ସହିତ ଅପେକ୍ଷା କରିଛନ୍ତ । କିନ୍ତୁ ବର୍ତ୍ତମାନ ଖବର ଆସିଛି କି ଏହି ଦମ୍ପତି ଖୁବ୍ଶୀଘ୍ର ତାଙ୍କ ବିବାହ ତାରିଖ ଘୋଷଣା କରିବାକୁ ଯାଉଛନ୍ତି । କେବଳ ଦମ୍ପତିଙ୍କ ବିବାହ ତାରିଖ ନୁହେଁ ବରଂ ପ୍ରତ୍ୟେକ ବିବରଣୀ ସୂଚନା ବିଷୟରେ ଜାଣିବାକୁ ଉତ୍ସାହିତ ଅଛନ୍ତି ପ୍ରଶଂସକମାନେ ।