ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରୀର କିଆରା ଆଡଭାନୀ ଜଣେ ଆଗଧାଡିର ଅଭିନେତ୍ରୀ । କିଆରା ଜଣେ ଏଭଳି ଅଭିନେତ୍ରୀ ଯିଏକି ଖୁବ କମ୍ ସମୟରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ତାଙ୍କ କହିବାର ଅନ୍ଦାଜ୍ ଓ ତାଙ୍କ ଡ୍ରେସିଙ୍ଗ ସେନ୍ସ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ୧୯୯୨ ମସିହା ଜୁଲାଇ ୩୧ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ କିଆରା ଆଡଭାନୀ । ସେ ତାଙ୍କର ୨୯ ତମ ଜନ୍ମ ଦିନ ପାଳନ କରୁଛନ୍ତି । କିଆରା ୨୦୧୪ରେ ବଲିଉଡ୍ ଫିଲ୍ମ ଫଗଲି ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ । ବଲିଉଡକୁ ଆସିବା ପାଇଁ ସେ ନିଜର ନାଁ ବଦଲାଇଥିଲେ । କିଆରାଙ୍କ ଅସଲ ନାମ କିଆରା ନୁହେଁ ବରଂ ଆଲିଆ ଆଡଭାନୀ ।