ମୁମ୍ବାଇ: ନୂଆ ଲୁକରେ ବଲିଉଡର କିଙ୍ଗ ଖାନ । ଲମ୍ବା କେଶ ଆଉ ହାତରେ ବନ୍ଧୁକ ଧରି ସାମ୍ନାକୁ ଆସିଲେ ଶାହରୁଖ । ପୂରାପୁରି ଆକ୍ସନ ମୁଡରେ ନଜର ଆସିଲେ ବଲିଉଡର ବାଦଶାହା । ଏହା ହେଉଛି ତାଙ୍କ ଅପକମିଂ ଫିଲ୍ମ ‘ପଠାନ’ର ଲୁକ । ଶାହରୁଖ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ୩୦ ବର୍ଷ ପୂରା କରିଛନ୍ତି । ଏହି ବିଶେଷ ଅବସରରେ କିଙ୍ଗ ଖାନ ତାଙ୍କ ପ୍ରଶଂସକଙ୍କୁ ତାଙ୍କର ଆଗାମୀ ଫିଲ୍ମ ‘ପଠାନ’ର ମୋସନ ପୋଷ୍ଟରରେ ଶେୟାର କରିଛନ୍ତି । ଶାହରୁଖଙ୍କ ଏହି ନୂଆ ଲୁକକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଏହି ଫିଲ୍ମରୁ ସାମ୍ନାକୁ ଆସିଥିବା ତାଙ୍କ ଫାଷ୍ଟ ଲୁକ ବେଶ ଭୟାନକ ଓ ଜବରଦସ୍ତ ରହିଛି । ଲମ୍ବା ବୁଟ୍, ଧଳା ରାଙ୍ଗ ଶାର୍ଟ ଓ କଳା ପ୍ୟାଣ୍ଟ । ହାତରେ ହାତକଡି ସାଙ୍ଗକୁ ଭୟଙ୍କର ବନ୍ଧୁକ । କେବଳ ସେତିକି ନୁହେଁ ମୁହଁରୁ ତାଙ୍କର ରକ୍ତ ମଧ୍ୟ ଝରୁଛି । ନିଜର ଏଭଳି ଲୁକ୍କୁ ଶାହରୁଖ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ସେ ଏହାର କ୍ୟାପସନରେ ଲେଖିଛନ୍ତି ୩୦ ବର୍ଷ ଏବଂ ତୁମର ପ୍ରେମ ଓ ହସ ଅସୀମ ବୋଲି ଗଣନା କରୁନାହିଁ ।