ନୂଆଦିଲ୍ଲୀ: ଅଚାନକ ଟେଷ୍ଟ କ୍ରିକେଟରୁ ଅଧିନାକ ପଦରୁ ସନ୍ୟାସୀ ନେଇଥିବା ଘୋଷଣା କରିଥିଲେ ବିରାଟ କୋହଲି । ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ଶେଷ ହେବା ପରେ ଅଚାନକ ଏହି ଘୋଷଣା କରିଥିଲେ କୋହଲି । କୋହଲିଙ୍କ ଏହି ନିଷ୍ପତ୍ତିରେ କ୍ରିକେଟ ପ୍ରଶଂସକମାନେ ଚକିତ ହୋଇଯାଇଥିଲେ ।
ସେହିପରି କୋହଲିଙ୍କ ଅଧିନାୟକ ପଦ ଛାଡିବାକୁ ନେଇ ପାକିସ୍ତାନ କ୍ରିକେଟର ମହମ୍ମଦ ଆମିର ଏକ ଟ୍ୱିଟ କରି ଲେଖିଛନ୍ତି ଯେ, ଭାଇ ତମେ ହିଁ ନୂଆ ପୀଢି ପାଇଁ ସଚ୍ଚୋନ ଅଧିନାୟକ । ମୈଦାନ ଭିତରେ ଓ ବାହାରେ ତମେ ଏମିତି ହିଁ ସମସ୍ତଙ୍କ ହୃଦୟ ଜିତୁଥାଅ । ଅନ୍ୟପକ୍ଷରେ ଅନ୍ୟ ବିଦେଶୀ ଖେଳାଳି ମଧ୍ୟ ବିରାଟଙ୍କୁ ତାଙ୍କ କ୍ୟାରିୟର ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।