ମୁମ୍ଵାଇ : ଅଭିନେତା ବରୁଣ ଧାୱନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଭେଡିଆକୁ ନେଇ ଖୁବ୍ ଆଲୋଚନା । ଏହି ଫିଲ୍ମଟି ହରର ଏବଂ କମେଡି ଅଟେ । ଫିଲ୍ମକୁ ନେଇ ଅନେକ ଗୁଜବ ରହିଛି। ଫିଲ୍ମର ଘୋଷଣା ପରଠାରୁ ଦର୍ଶକମାନେ ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ନିକଟରେ ଏହି ଚଳଚ୍ଚିତ୍ରର ପୋଷ୍ଟର ରିଲିଜ ହୋଇଥିଲା।
ଯେଉଁଥିରେ ବରୁଣଙ୍କୁ ବହୁତ ବିପଦପୂର୍ଣ୍ଣ ରୂପରେ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରରୁ କ୍ରିତି ସାନନଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି। ଯେଉଁଥିରେ କ୍ରିତି ଭିନ୍ନ ଅନ୍ଦାଜ୍ରେ ନଜର ଆସିଛନ୍ତି। ଉଭୟ କ୍ରିତି ସାନନ୍ ଏବଂ ବରୁଣ ଧାୱନ ଏହି ଫିଲ୍ମରୁ ଅଭିନେତ୍ରୀଙ୍କ ନୂଆ ଲୁକର ପୋଷ୍ଟର ସେୟାର କରିଛନ୍ତି। କ୍ରିତିଙ୍କୁ ଭେଡ଼ିଆରେ ଡାକ୍ତର ଅନିକା ଭୂମିକାରେ ନଜର ଆସିବେ।