ମୁମ୍ବାଇ: ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍ବ’ ପୋଷ୍ଟ୍ରେ ଖିଲାଡି ବୟ ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରାଯାଇଛି । ବିବାଦୀୟ ସେଲିବ୍ରିଟି କେ.ଆର.କେ ତାଙ୍କ ଟ୍ବିଟ୍ ପୋଷ୍ଟ୍ରେ ଖିଲାଡି ବୟଙ୍କୁ ଏହି ଟାର୍ଗେଟ କରିଛନ୍ତି। କେ.ଆର.କେ ଟ୍ବିଟ୍ କରିି ଅକ୍ଷୟଙ୍କ ଅଭୀନିତ ଚଳଚ୍ଚିତ୍ର ‘ଲକ୍ଷ୍ମୀ ବମ୍ବ’ ନଦେଖିବାକୁ ଲୋକମାନଙ୍କୁ କହିଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ମାଆ ଲକ୍ଷ୍ମୀଙ୍କୁ ଅସମ୍ମାନ କରାଯାଇଛି। ସେ ଟ୍ବିଟ୍ କରି ପ୍ରଶଂସକମାନଙ୍କୁ ଏହି ଚଳଚ୍ଚିତ୍ରକୁ ବୟକଟ କରିବାକୁ ନିବେଦନ କରିଛନ୍ତି।
ସେ ଲେଖିଛନ୍ତି, ‘ ଲକ୍ଷ୍ମୀ ଜଣେ ଦେବୀ। ଅକ୍ଷୟ କୁମାର ତାଙ୍କ ଅଭିନୟ ମାଧ୍ୟମରେ ସେ ଦେବୀଙ୍କୁ ପରିହାସ କରିଛନ୍ତି। ତାଙ୍କୁ ବାଟକୁ ଆଣିବା ପାଇଁ ଜଜନସାଧାରଣ ତାଙ୍କ ସିନେମାକୁ ବୟକଟ କରିବା ଉଚିତ। ଯାହାଫଳରେ ସେ ଭବିଷ୍ୟତରେ ଆଉ ଏତେ ବଡ ଭୁଲ୍ କରିବେ ନାହିଁ। ଏହା ଭାରତ, କାନାଡା ନୁହେଁ। ଏଠାରେ ଦେବାଦେବୀଙ୍କ ପୂଜା କରାଯାଏ, ମଜାକ ଉଡ଼ାଯାଏ ନାହିଁ।
ଅନ୍ୟପଟେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅକ୍ଷୟ ଏବଂ କିଆରା ଆଡଭାନୀ ଅଭିନୟ କରିଛନ୍ତି। ଏହାକୁ ରାଧା ଲରେନ୍ସ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ୨୦୨୦ ନଭେମ୍ବର ୯ ତାରିଖରେ ଚଳଚ୍ଚିତ୍ରଟି ରିଲିଜ୍ ହେବାକୁ ଯାଉଛି।