ସୋନୁ ଟିକେ ଇଣ୍ଟରନେଟ୍ ସ୍ପିଡ୍‌ ବଢାଇଦେବ? ଏମିତି ସାହାଯ୍ୟ ମାଗିଲେ ମହିଳା

ମୁମ୍ବାଇ: କରୋନା ମହାମାରୀ ସମୟରେ ପ୍ରବାସୀଙ୍କୁ ଘରେ ପହଁଚାଇ ବେଶ ଚର୍ଚ୍ଚାକୁ ଆସିଥିଲେ ଅଭିନେତା ସୋନୁ ସୁଦ । ବିଭିନ୍ନ ମହଲରୁ ତାଙ୍କପାଇଁ ପ୍ରସଂଶାର ସୁଅ ଛୁଟିଥିଲା । ଏବେ ପରିସ୍ଥିତି ସାମାନ୍ୟ ସୁଧୁରୁଥିଲେ ମଧ୍ୟ ସୋନୁଙ୍କ କାମ କିନ୍ତୁ ସରିନାହିଁ । ଯେତେବେଳେ ଯେ ଯେଉଁ ସାହାଯ୍ୟ ମାଗୁଛି ସୋନୁ ସହାୟତା ଲାଗି ଆଗେଇ ଆସୁଛନ୍ତି । ତେବେ ଜଣେ ମହିଳା ଟ୍ୱିଟରରେ ସୋନୁଙ୍କୁ ଏପରି ସାହାଯ୍ୟ ମାଗିଛନ୍ତି ଯାହା ଆପଣଙ୍କ ମନରେ କୌତୁହଳ ସୃଷ୍ଟି କରିବ ।

ମହିଳା ଜଣକ ଇଂଟରନେଟ୍‌ ସ୍ପିଡ୍‌ ବଢାଇବା ପାଇଁ ସୋନୁ ସୁଦଙ୍କୁ ଟ୍ୱିଟ୍‌ କରିଥିବା ଜଣା ପଡିଛି । ତେବେ ମହିଳାଙ୍କ ଏଭଳି ଟୁଇଟ୍‌ ପାଇଁ ସୋନୁ ଯେଉଁ ଜବାବ ଦେଇଛନ୍ତି, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସୋନୁ ଟ୍ୱିଟର ପ୍ରତିକ୍ରିୟାରେ ଲେଖିଛନ୍ତି- ‘ତୁମେ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଅପେକ୍ଷା କରି ପାରିବ କି? ବର୍ତମାନ, ମୁଁ କାହାର କମ୍ପ୍ୟୁଟର ଠିକ କରିବାରେ, କାହାର ବିବାହ ସ୍ଥିର କରିବାରେ, କାହାର ଟ୍ରେନ୍‌ ଟିକେଟ୍‌ ନିଶ୍ଚିତ କରିବାରେ, କାହାର ପାଣି ସମସ୍ୟାର ସମାଧାନ କରିବାରେ ଟିକିଏ ବ୍ୟସ୍ତ ଅଛିା ଲୋକମାନେ ମୋତେ ଏପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଦେଇଛନ୍ତିା’